Below header

କିଚେନ୍‌ ଟିପ୍ସ : ଅଦା-ରସୁଣ ପେଷ୍ଟ ୬ ମାସ ଯାଏ ସାଇତି ରଖିପାରିବେ ଏମିତି

ନୂଆଦିଲ୍ଲୀ : ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଅଦା-ରସୁଣ ପେଷ୍ଟର ଆବଶ୍ୟକତା ପଡ଼ିଥାଏ । ଖାଦ୍ୟ ଆମିଷ ହେଉ ବା ନିରାମିଷ, ଅଦା-ରସୁଣ ପେଷ୍ଟ ନ ହେଲେ ନ ହୁଏ । ବେଳେ ବେଳେ ସମୟ ଅଭାବରୁ ପେଷ୍ଟ ବନାଇବାରେ ଅସୁବିଧା ହୋଇଥାଏ । ସେଥିପାଇଁ ଆମେ ଫ୍ରିଜ୍‌ରେ ପୂର୍ବରୁ ମସଲା ପ୍ରସ୍ତୁତ କରି ରଖିଥାଉ । ମାତ୍ର ଠିକ ଭାବରେ ମସଲା ରଖିପାରିନଥିବାରୁ ଏହା ନଷ୍ଟ ହୋଇଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯାହାଦ୍ୱାରା ଅଦା-ରସୁଣ ପେଷ୍ଟକୁ ଆପଣ ୬ ମାସ ଯାଏ ତାଜା ଭାବେ ରଖିପାରିବେ ।

ଏମିତି ୪ ରୁ ୬ମାସ ଯାଏ ସାଇତି ରଖିପାରିବେ ଅଦା ରସୁଣ ପେଷ୍ଟ :

ଯଦି ଆପଣ ଅଦା ରସୁଣ ପେଷ୍ଟକୁ ୪ରୁ ୬ ମାସ ଯାଏ ସାଇତି ରଖିବାକୁ ଚାହୁଁଛନ୍ତି ତେବେ ଆଇସ ଟ୍ରେର ଉପଯୋଗ କରନ୍ତୁ । ଆଇସ ଟ୍ରେରେ ଚାମଚ ସାହାଯ୍ୟରେ ଅଦା ରସୁଣ ପେଷ୍ଟ ଭରନ୍ତୁ । ଏହାକୁ ପ୍ଲାଷ୍ଟିକ ରେପର ସାହାଯ୍ୟରେ ଫ୍ରିଜରେ ୧୨ ଘଣ୍ଟା ଯାଏ ରଖି ଦିଅନ୍ତୁ । ୧୨ ଘଣ୍ଟା ପରେ ଏହା ଆଇସ କ୍ୟୁବରେ ପରିବର୍ତ୍ତନ ହୋଇଗଲେ ଏହାକୁ କାଢ଼ି ଏକ ବଡ଼ ପ୍ଲାଷ୍ଟିକ ବ୍ୟାଗରେ ଭରି ଭଲ ଭାବେ ବନ୍ଦ କରିଦିଅନ୍ତୁ । ଏବେ ଏହାକୁ ଫ୍ରିଜରେ ରଖିଦିଅନ୍ତୁ । ଯେତେବେଳେ ଆବଶ୍ୟକ ପଡିବ ଏହାକୁ ବ୍ୟବହାର କରିପାରିବେ ।

ଅଦା ରସୁଣ ପେଷ୍ଟକୁ ୬ ମାସରୁ ଅଧିକ ରଖିବାକୁ ଚାହୁଁଥିଲେ :

ଏହି ପେଷ୍ଟକୁ ୬ ମାସରୁ ଅଧିକ ଦିନ ଯାଏ ରଖିବାକୁ ଚାହୁଁଥିଲେ ଆପଣ ଏଥିରେ ଭିନେଗାର ବ୍ୟବହାର କରିପାରିବେ । ଏହି ପେଷ୍ଟକୁ ଏୟାର ଟାଇଟ କଣ୍ଟେନରରେ ରଖିବା ସମୟରେ ଏଥିରେ ୩-୪ ଚାମଚ ଭିନେଗାର ମିଶାଇ ଦିଅନ୍ତୁ । ଭିନେଗାର ମିଶାଇବା ପରେ ଏହାର ରଙ୍ଗ ଟିକେ ବଦଳି ଯିବ । ହେଲେ ଏହା ଦୀର୍ଘ ଦିନ ଯାଏ ତାଜା ରହିବ । ଆରମ୍ଭରେ ପେଷ୍ଟରେ ଭିନେଗାର ମିଶାଇବେ ନାହିଁ । ଶେଷରେ ପେଷ୍ଟରେ ଭିନେଗାର ମିଶାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.