ଦୁରଦର୍ଶନ ଟ୍ୟୁନରେ ଧମାକାଦାର୍ ଡ୍ୟାନ୍ସ, ସୋସିଆଲ୍ ମିଡିଆରେ ଜବରଦସ୍ତ ଭାଇରାଲ୍ ହେଉଛି ଯୁବକଙ୍କ ଟିକଟକ୍ ଭିଡିଓ

ସମସ୍ତଙ୍କୁ ଏବେ ଟିକଟକ୍ ନିଶା । ସାନରୁ ବଡ଼ ସମସ୍ତେ ଏବେ ଚିକଟକ୍ ପ୍ରେମରେ । ମନଛୁଆଁ ଗୀତ ସହିତ ଡାଇଲଗ, କମେଡ଼ି, ଡ୍ୟାନ୍ସରେ ନିଜର ଅଭିନୟ ଦକ୍ଷତା ଦେଖାଉଛନ୍ତି ଯୁବପିଢ଼ି । ୧୫ ସେକେଣ୍ଡରେ ନିଜ ମନ ମୁତାବକ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି ଏହାର ୟୁଜର୍ସ ମାନେ । ତେବେ ନିକଟରେ ଜଣେ ଯୁବକ ଏମିତି ଏକ ଟ୍ୟୁନରେ ଡ୍ୟାନ୍ସ କରିଦେଖାଇଛନ୍ତି ଯାହା ବିଷୟରେ କେହି କେବେ ଚିନ୍ତା କରିନଥିବେ । ଏହି ଭାଇରାଲ୍ ଭିଡିଓରେ ଯୁବକ ଜଣକ ରାଷ୍ଟ୍ରୀୟ ନ୍ୟୁଜ୍ ଚ୍ୟାନେଲ୍ ଦୁରଦର୍ଶନର ଆଇକନିକ୍ ଟ୍ୟୁନରେ କରିଛନ୍ତି ଜବରଦସ୍ତ ଡ୍ୟାନ୍ସ ।

ଟିକ୍ ଟକ୍ ୟୁଜର୍ ବିଶାଖ୍ ନାୟାର୍ ଏହି ଛୋଟ ଟ୍ୟୁନରେ ଖୁବ୍ ସୁନ୍ଦର ଡ୍ୟାନ୍ସ କରିଛନ୍ତି । ଲକିଙ୍ଗ୍ ଏବଂ ପପିଙ୍ଗ୍ ଷ୍ଟାଇଲରେ ଡ୍ୟାନ୍ସ ମୁଭ୍ କରିଛନ୍ତି ବିଶାଖ୍ । ଖୁବ୍ ପ୍ରଶଂସା ସାଉଁଟୁଛି ବିଶାଖଙ୍କ ଏହି ଭିଡିଓ । ଏପରି ପ୍ରସାର ଭାରତୀର ଡାଇରେକ୍ଟର ଜେନେରୋଲ୍ ସୁପ୍ରିୟା ସାହୁ ମଧ୍ୟ ଏହି ଭିଡିଓକୁ ନିଜ ଟୁଇଟର୍ ଆକାଉଂଟରେ ସେୟାର୍ କରିବା ସହ ଖୁବ୍ ପ୍ରଶଂସା କରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ

Leave A Reply

Your email address will not be published.