Below header

ଆଜି ରାଞ୍ଚିରେ ତୃତୀୟ ଦିନିକିଆ , ହୋମ୍‌ ଗ୍ରାଉଣ୍ଡରେ ଶେଷ ମ୍ୟାଚ୍‌ ଖେଳିବେ ମାହି

ରାଞ୍ଚି : ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ । ରାଞ୍ଚିରେ ଅପରାହ୍ନ ୧ଟା ୩୦ ମିନିଟରେ ଉଭୟ ଦଳ ମୁହାଁମୁହିଁ ହେବେ । ଗୋଟିଏ ପଟେ ସିରିଜକୁ ଆଗୁଆ କବଜା କରିବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ । ଏହି ମ୍ୟାଚ ଧୋନୀଙ୍କ ଶେଷ ମ୍ୟାଚ ବୋଲି କୁହାଯାଉଛି । ତେଣୁ ହୋମଗ୍ରାଉଣ୍ଡରେ ବିଜୟ ଉପହାର ଦେବାକୁ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ସେହିପରି ଏହି ମ୍ୟାଚ କଙ୍ଗାରୁ ଦଳ ପାଇଁ କର ବା ମର ପରିସ୍ଥିତି । ମ୍ୟାଚ ହାରିଲେ ସିରିଜ ହରାଇବ ଅଷ୍ଟ୍ରେଲିଆ ଦଳ । ଏହାପୂର୍ବରୁ ଉଭୟ ଦଳ ଝାଳବୁହା ଅଭ୍ୟାସ କରିଛନ୍ତି ।


୫ ଟିକିଆ ସିରିଜରେ ଭାରତ ବର୍ତ୍ତମାନ ୨-୦ରେ ଆଗୁଆ ରହିଛି । ତେବେ ଚଳିତ ସିରିଜରେ ଭାରତ ପାଇଁ ଓପନିଂ ପାଟନରସିପ ବ୍ୟାଟିଂ ଭାରତ ପାଇଁ ଚିନ୍ତାର କାରଣ ହୋଇଛି । ଶିଖର ଧ୍ୱଓ୍ଵନଙ୍କ ଫର୍ମ ଭଲ ନାହିଁ । ତଥାପି ଦୁଇଟି ମ୍ୟାଚରେ ଲଗାକାର ବିଜୟ ପରେ ଟିମ ଇଣ୍ଡିଆ ମନୋବଳ ବୃଦ୍ଧି ପାଇଛି । ବୋଲିଂ ବିଭାଗରେ ଦଳ ଆଶା ଅନୁସାରେ ଭଲ ପ୍ରଦର୍ଶନ କରିଛି । କଙ୍ଗାରୁ ଦଳ ୨୫୦ରୁ ଅଧିକ ରନ କରିପାରି ନାହିଁ । ସେପଟେ ଦୁଇଟି ମ୍ୟାଚରେ ପରାସ୍ତ ହୋଇଥିଲେ ବି ଅସମ୍ଭବକୁ ସମ୍ଭବ କରିବାର କ୍ଷମତା ଅଷ୍ଟ୍ରେଲିଆ ପାଖରେ ରହିଛି । ତେଣୁ ଆଜି ଏକ ରୋମାଞ୍ଚକର ମ୍ୟାଚକୁ କ୍ରିକ୍ରେଟ ପ୍ରେମୀ ଅପେକ୍ଷା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.