ବଢିଗଲାଣି ସାରାଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ, ବର୍ଷରେ ୩୦ କୋଟି ଟଙ୍କା ଆୟ ଟପିଲାଣି

ମୁମ୍ବାଇ: ବଲିଉଡରେ ଏବେ ଚାଲିଛି ଷ୍ଟାରକିଡ୍ ଯୁଗ। ଆଉ ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚିତ ଚେହେରା ହେଉଛନ୍ତି ସୈଫ ଲଳନା ସାରା ଅଲ୍ଲୀ ଖାନ୍। ୨୦୧୮ରେ ଅଭିଷେକ କପୁରଙ୍କ ଫିଲ୍ମ ‘କେଦାରନାଥ’ରେ ସେ ଡେବ୍ୟୁ କରିଥିଲେ। ଏଥିରେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଲିଡ୍ ରୋଲ୍ରେ ଅଭିନୟ କରିଥିଲେ। ଆଉ ତା ପରେ ରୋହିତ୍ ସେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ରେ ରଣବୀର ସିଂହଙ୍କ ସହ ଦେଖିବାକୁ ମିଳିଥିଲା। ଉଭୟ ଫିଲ୍ମ ବକ୍ସ ଅଫିସ୍ରେ ଭଲ ପ୍ରଦର୍ଶନ କରିଥିଲା।

11112

ସାରା ଏବେଠୁ ବଲିଉଡ୍ ରେ ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଗଣା ହେଲେଣି। ମାତ୍ର ଦୁଇଟି ଫିଲ୍ମରେ ସାରାଙ୍କ ବ୍ରାଣ୍ଡ ଭାଲ୍ୟୁ ବଢ଼ିଗଲାଣି। ତାଙ୍କ ପାଖରେ ଏବେ ଅନେକ ଫିଲ୍ମର ଅଫର୍ ସହ କିଛି ବଡ଼ ବଡ଼ ବ୍ରାଣ୍ଡର ପ୍ରଚାର କରିବାର ଅଫର୍ ମଧ୍ୟ ରହିଛି। ସେଥିପାଇଁ ସାରାଙ୍କୁ ଇନ୍-ଡିମାଣ୍ଡ୍ ନ୍ୟୁ ଆକ୍ଟ୍ରେସ୍ କୁହାଯାଉଛି। ମାତ୍ର ବର୍ଷେ ଭିତରେ ସେ ନୂଆ ଅଭିନେତ୍ରୀଙ୍କ ମଧ୍ୟରେ ସବୁଠୁ ଅଧିକ ଆୟ କରିଛନ୍ତି। ସାରା ବଲିଉଡ୍ରେ ପ୍ରଥମ ବର୍ଷରେ ୩୦ କୋଟି ଟଙ୍କା ଆୟ କରି ସାରିଲେଣି।

ଏହାସହ ପଢ଼ନ୍ତୁ ; ରିଲିଜ ହେବା ମାତ୍ରେ ୟୁଟ୍ୟୁବରେ ଧୁମ ମଚାଉଛି ଫିଲ୍ମ ‘ଓ୍ଵାର’ର ଦ୍ଵିତୀୟ ଗୀତ ‘ଜୟ ଜୟ ଶିବ ଶଙ୍କର’

ସୂଚନାଯୋଗ୍ୟ, ସାରାଙ୍କର ଆଗକୁ ଦୁଇଟି ବଡ଼ ବଜେଟ୍ ରେ ଫିଲ୍ମ ଆସୁଛି। ବରୁଣ ଧୱନଙ୍କ ସହ ‘କୁଲି ନମ୍ବର ୱାନ୍’ର ସିକ୍ୱେଲ ଓ କାର୍ତ୍ତିକ ଆରିୟନଙ୍କ ସହ ‘ଲଭ୍ ଆଜ୍ କଲ୍-୨’ରେ ସେ ଅଛନ୍ତି। ଦୁଇଟି ଯାକ ଫିଲ୍ମ ଆସନ୍ତା ବର୍ଷ ରିଲିଜ୍ ହେବ। ‘କୁଲି ନମ୍ବର ୱାନ୍’ର ପୋଷ୍ଟର ମଧ୍ୟ ରିଲିଜ୍ ହୋଇ ସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.