ଚିରଞ୍ଜୀବୀ ଏବଂ ସଲମାନଙ୍କ ଫିଲ୍ମ ‘ଗଡଫାଦର’ ଟିଜର ରିଲିଜ, ଦେଖିବାକୁ ମିଳିଲା ମେଗାଷ୍ଟାରଙ୍କ ଜବରଦସ୍ତ ଆକ୍ସନ

ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ମେଗା ଷ୍ଟାର୍ ଚିରଞ୍ଜୀବୀ ଏବଂ ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ଅପକମିଂ ଫିଲ୍ମ‘ଗଡ ଫାଦର’ର ଟିଜର ରିଲିଜ ହୋଇଛି। ଚିରଞ୍ଜୀବୀଙ୍କ ଜନ୍ମଦିନରେ ଏହାର ଟିଜର ରିଲିଜ କରାଯାଇଛି। ଏହା ଏକ ପଲିଟିକାଲ ଥ୍ରୀଲର ଫିଲ୍ମ। ଦୀର୍ଘ ଦିନ ଧରି ଏହି ଚଳଚ୍ଚିକୁ ନେଇ ନା ନା ଗୁଜବ ସୃଷ୍ଟି କରୁଥିଲା। ଏହାର ଟିଜର ବେଶ୍‌ ଦମଦାର ରହିଛି। ଏଥିରେ ଚିରଞ୍ଜୀବୀ, ସଲମାନ ଖାନ ଏବଂ ନୟନତାରା ମୁଖ୍ୟ ଭୂମିକାରେ ରହିଛନ୍ତି।

ଏହାର ଟିଜର ଆକ୍ସନରେ ଭରପୂର ରହିଛି। ପ୍ରାୟ ଦେଢ ମିନିଟର ଟିଜରରେ ବହୁତ କିଛି ଦେଖବାକୁ ମିଳିଛି । ଚିରଞ୍ଜୀବୀଙ୍କ ଚେହେରା ଆକ୍ସନ୍ ସହିତ ଗୋଟିଏ କାରର ଏକାଠି ବସିଥିବାର ଟିଜରରେ ଦେଖିବାକୁ ମିଳିଛି। ଏହା ବ୍ୟତୀତ ସଲମାନଙ୍କ କେମେଷ୍ଟ୍ରି ଖୁବ୍ ଜମୁଛି ।

 

View this post on Instagram

 

A post shared by Taran Adarsh (@taranadarsh)

ଟିଜରଟି ତେଲୁଗୁ ଛଡା ହିନ୍ଦୀ ଡବରେ ମଧ୍ୟ ରିଲିଜ କରାଯାଇଛି। ସେହିପରି ଏହି ଟିଜରରେ ସଲମାନ ଖାନ ଆକ୍ସନ ଅବତାରରେ ବାଇକରେ ଏଣ୍ଟ୍ରି କରୁଥିବାର ନଜର ଆସିଛନ୍ତି। ଆଉ କହୁଛନ୍ତି, ଲାଗୁଛି ବଡ ପ୍ଲାନିଂ ଚାଲିଛି… କିନ୍ତୁ ନିଜ ଛୋଟ ଭାଇକୁ କେବେ ଭୁଲିବ ନାହିଁ… ଯଦି କହିବ ଆସିଯିବି ମୁଁ। ଟିଜରରେ ଗୋଟେ ସିନରେ ଚିରଞ୍ଜୀବୀ ଏବଂ ସଲମାନ ଏକାଠି କାରରେ ବସିଥିବା ନଜର ଆସିଛନ୍ତି।

ଗଡଫାଦର ହେଉଛି ମାଲାୟାଲମ୍ ଫିଲ୍ମ ଲୁସିଫର୍ ର ରିମେକ୍ । ଏହା ପ୍ରଥମ ଥର ପାଇଁ ସଲମାନ ଖାନଙ୍କୁ ତେଲୁଗୁ ଫିଲ୍ମରେ ଦେଖିବାକୁ ମିଳିବ। ଗଡଫାଦର ଚଳିତ ବର୍ଷ ଦଶହରାରେ ରିଲିଜ୍ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ମୋହନ ରାଜା କରିଛନ୍ତି। ସେହିପରି ସଲମାନଙ୍କ ଅପକମିଂ ଫିଲ୍ମ ‘ଟାଇଗର ୩’, କଭି ଇଦ୍‌ କଭି ଦିଓ୍ଵାଲୀ ରହିଥିବା ବେଳେ ଚିରଞ୍ଜୀବୀଙ୍କର ନିକଟରେ ‘ଆଚାର୍ଯ୍ୟ’ ରିଲିଜ ହୋଇଥିଲା। ଯାହା ଫ୍ଲପ୍‌ ରହିଥିଲା।

video credit: Konidela Production Company

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.