Below header

ଆଲେକଜାଣ୍ଡାର ଦୁଗିନ୍‌ଙ୍କ ଝିଅଙ୍କ ମୃତ୍ୟୁ ପରେ ରକ୍ତମୁଖା ପୁଟିନ, ବଢ଼ିଲା ଜେଲେନସ୍କିଙ୍କ ଜୀବନ ପ୍ରତି ବିପଦ

ପୁଟିନ୍‌ଙ୍କ ଡାହାଣ ହାତ କୁହାଯାଉଥିବା ଆଲେକଜାଣ୍ଡାର ଦୁଗିନ୍‌ଙ୍କ ଝିଅଙ୍କ ବିସ୍ଫୋରଣରେ ମୃତ୍ୟୁ ପରେ ରକ୍ତମୁଖା ହୋଇପାରନ୍ତି ପୁଟିନ । ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରୀ ଜୋରଜାର କରିପାନ୍ତି ରୁଷ ରାଷ୍ଟ୍ରପତି । ରାଜଧାନୀ କିଭ ଉପରେ ହୋଇପାରେ ବଡ ଆକ୍ରମଣ । ଏପରିକି ରାଷ୍ଟ୍ରପତି ଜେଲେନସ୍କିଙ୍କ ଜୀବନ ପ୍ରତି ବି ବିପଦ ବଢିଛି । ଆସନ୍ତା ୨୪ ତାରିଖରେ ୟୁକ୍ରେନା ସ୍ୱାଧିନତା ଦିବସ ରହିଛି । ତା ପୂର୍ବରୁ କିଭକୁ ଲାଗିପାରେ ବଡ ଝଡ଼କା ।

ଘଟଣା ପାଇଁ ରୁଷ୍‌ ବୈଦେଶିକ ମନ୍ତ୍ରାଳୟ ସିଧାସଳଖ ୟୁକ୍ରେନ୍‌କୁ ଦାୟୀ କରିଛି। କିନ୍ତୁ ଅଗିଯୋଗ ଅସ୍ୱୀକାର କରିଛି ୟୁକ୍ରେନ୍‌ । ଏପଟେ ରୁଷ୍‌ ଅଧିକୃତ କ୍ରିମିଆରେ ପୁଣି ବିସ୍ଫୋରଣ। ଦୁଇଟି ସହରରେ ହୋଇଛି ବିସ୍ଫୋରଣ । ୟେଭପେଟୋରିଆ ଓ ସାକି ସହରରେ ଶୁଭିଛି ବିସ୍ଫୋରଣର ଶଦ୍ଦ । କ୍ଷୟକ୍ଷତି ଓ ମୃତାହତ ସମ୍ପର୍କରେ ସୂଚନା ମିଳିନାହିଁ । କ୍ରିମିଆରେ ବିସ୍ଫୋରଣ ନେଇ ସ୍ପଷ୍ଟ କରିଛି ରୁଷ ।

ଗୋଟିଏ ସପ୍ତାହରେ କ୍ରିମିଆରେ ରୁଷ୍‌ର ସାମରିକ ଘାଟି ଉପରେ ୪ ଥର ଆକ୍ରମଣ କଲାଣି ୟୁକ୍ରେନ୍‌ । ଏପଟେ ରୁଷ ସହ ଆଲୋଚନା ଖବରକୁ ଖଣ୍ଡନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । କହିଛନ୍ତି ଆକ୍ରମଣ ଓ କଥାବାର୍ତ୍ତା ସମ୍ଭାବ ନୁହେଁ । ଇତିମଧ୍ୟରେ ୟୁକ୍ରେନ୍‌ ସହରରେ ଧ୍ୱଂସଲୀଳା ପାଇଁ ଆଗକୁ ବଢ଼ୁଛି ରୁଷିଆ ଟ୍ୟାଙ୍କ। ରାତି ଅନ୍ଧାରରେ ଦ୍ରୁତ ଗତିରେ ଲକ୍ଷ୍ୟସ୍ଥଳକୁ ମାଡ଼ି ଚାଲିଛି। ଖାରକିଭରେ ରକେଟ ମାଡ କରିଛି ପୁଟିନ ସେନା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.