ଧନୁଷ-ଐଶ୍ୱର୍ଯ୍ୟାଙ୍କ ପରେ ଏବେ ସ୍ୱାମୀ କଲ୍ୟାଣଙ୍କ ଠାରୁ ଅଲଗା ହେବେ ଚିରଞ୍ଜିବୀଙ୍କ ଝିଅ ଶ୍ରୀଜା, ଇନଷ୍ଟାରୁ ମିଳିଲା ସୂଚନା

ଫିଲ୍ମ ଇଣ୍ଡଷ୍ଟ୍ରୀରେ ବିବାହ ବିଚ୍ଛେଦ ଲିଷ୍ଟ ଦିନକୁ ଦିନ ବଢିବାରେ ଲାଗିଛି। ଗତ କିଛିଦିନ ତଳେ ସାମନ୍ଥା ଏବଂ ନାଗା ଅଲଗା ହୋଇଥିଲେ। ଏହା ପରେ ଗତକାଲି ସାଉଥ ସୁପରଷ୍ଟାର ଧନୁଷ ଏବଂ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତ ଅଲଗା ହେବା କଥା ଶୁଣି ଫ୍ୟାନ୍ସ ଚକିତ ହୋଇପଡିଥିଲେ। ଦୁହେଁ ୧୮ ବର୍ଷ ଏକାଠି ରହିବା ପରେ ଦୁହେଁ ବର୍ତ୍ତମାନ ସେମାନଙ୍କର ବିବାହ ପୂର୍ଣ୍ଣଛେଦ ପକାଇଛନ୍ତି । ଏହି ଖବର ପରେ ପୁଣି ତେଲୁଗୁ ମେଗାଷ୍ଟାର ଚିରଞ୍ଜିବୀଙ୍କ ଝିଅ ତଥା ଅଭିନେତା ରାମ ଚରଣଙ୍କ ଭଉଣୀ ଶ୍ରୀଜା ତାଙ୍କ ସ୍ୱାମୀ ଏବଂ ଅଭିନେତା କଲ୍ୟାଣ ଧେଭଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି।

ଶ୍ରୀଜା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ନାମ ପରିବର୍ତ୍ତନ କରି ଶ୍ରୀଜା କୋନିଡେଲା କରିଛନ୍ତି । ଏହାପୂର୍ବରୁ ତାଙ୍କ ନାମ ଥିଲା ‘ଶ୍ରୀଜା ଧେଭ’ । ହେଲେ କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ‘ଶ୍ରୀଜା ଧେଭ’ ପୂର୍ବରୁ ସେ ଇନଷ୍ଟାଗ୍ରାମ ‘ଶ୍ରୀଜା କଲ୍ୟାଣ’ ଲେଖୁଥିଲେ। କିନ୍ତୁ ବର୍ତ୍ତମାନ ସେ ତାଙ୍କ ସ୍ୱାମୀଙ୍କ ଉପନାମ ହଟାଇ ‘କୋନିଡେଲା’ କରିଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାମୀଙ୍କ ଉପନାମ ହଟାଯିବା ମାତ୍ରେ ଶ୍ରୀଜା ଏବେ ଚର୍ଚ୍ଚାକୁ ଆସିଛନ୍ତି । ଏହା ପରେ ବହୁ କିଛିକୁ ନେଇ ସୋସିଆଲ ମିଡିଆରେ କଳ୍ପନା ଜଳ୍ପନା କରାଯାଉଛି ।

 

View this post on Instagram

 

A post shared by Sreeja (@sreejakonidela)

ସୂଚନା ଅନୁଯାୟୀ, ଶ୍ରୀଜା- କଲ୍ୟାଣଙ୍କ ଛାଡପତ୍ର ଖବର ଗତ କିଛି ଦିନ ହେବ ଶୁଣିବାକୁ ମିଳୁଛି । ଶ୍ରୀଜା ଏବଂ କଲ୍ୟାଣ ଧେଭ ଖୁବଶୀଘ୍ରଏହା ଉପରେ ଅଫିସିଆଲ ଭାବେ ଘୋଷଣା କରିବେ। ଗତ ବର୍ଷ ମାର୍ଚ୍ଚରେ କଲ୍ୟାଣଙ୍କ ଶେଷ ଫିଲ୍ମ ‘ସୁପର ମାଚି’ ରିଲିଜ ହେବା ହୋଇଥିଲା ଏହାକୁ ବହୁ ଗୁଜବ ମଧ୍ୟ ସାମ୍ନାକୁ ଆସିଥିଲା ଏବଂ କୁହାଯାଇଥିଲା କି ଚିରଞ୍ଜିବୀଙ୍କ ପରିବାରରୁ କେହି ଏହି ଫିଲ୍ମର ପ୍ରମୋସନ କରିନଥିଲେ। ଏହାପୂର୍ବରୁ ଶ୍ରୀଜା ସିରିଶ ଭରଦ୍ୱାଜଙ୍କ ସହ ବିବାହ କରିଥିଲେ । ୨୦୧୬ରେ ମସିହାରେ କଲ୍ୟାଣଙ୍କ ସହ ବିବାହ କରିଥିଲେ । ବିବାହର ଦୁଇ ବର୍ଷର ବିବାହ ପରେ ଦୁହିଁଙ୍କର ଝିଅଟି ହୋଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.