Below header

କେରଳକୁ ସିନେ ସେଲିବ୍ରିଟି ଦେଲେ ୨୫ ଲକ୍ଷ

କେରଳରେ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ କେବଳ ଦେଶ ନୁହେଁ ବିଦେଶର ଅନେକ ରାଷ୍ଟ୍ର ଆଗକୁ ଆସିଛନ୍ତି । ବିଭିନ୍ନ ବ୍ୟକ୍ତି ବିଶେଷ ବି ନିଜ ସାମର୍ଥ୍ୟ ଅନୁସାରେ ସହାୟତା କରୁଛନ୍ତି । ଏମାନଙ୍କ ଭିତରେ ସାମିଲ ହୋଇଛନ୍ତି ସିନେ ଜଗତର ସେଲିବ୍ରିଟିମାନେ । ବିଗ୍ ବି ଅମିତାଭ ବଚ୍ଚନ ନିଜ ଟ୍ବିଟରରେ ହେଲପ ଲାଇନ୍ ନମ୍ବର ଦେଇ ସହାୟତା ପାଇଁ ନିବେଦନ କରିଛନ୍ତି । ସେହିପରି ଅଭିଷେକ ବଚ୍ଚନ, ଅନୁଷ୍କା ଶର୍ମା, ଶ୍ରଦ୍ଧା କପୁର, ଭୂମି ପେଡନେକର, ରାଜକୁମାରାଓ, ଦକ୍ଷିଣ ଭାରତର ସୁପର ଷ୍ଟାର ଆଲୁ ଅର୍ଜୁନ, ମୋହନ ଲାଲ ଏବଂ ରାଣା ଡଗୁବତି ମଧ୍ୟ ସହାୟତା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହି ସେଲିବ୍ରିଟିମାନେ ମିଳିତ ଭାବେ ପ୍ରାୟ ୨୫ ଲକ୍ଷ ଟଙ୍କା ରିଲିଫ ଫଣ୍ଡକୁ ଦାନ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.