ନିଆରା ଶିକ୍ଷାନୁଷ୍ଠାନ ପରଦାଦା-ପରଦାଦି ସ୍କୁଲ

ପୁରୁଷଙ୍କ ସହ ସବୁ କ୍ଷେତ୍ରରେ ମହିଳା ସମାନ । ଯଦି ମିଳିନି ତେବେ ନିଜ ଅଧିକାର ବିଷୟରେ ସଚେତନ ହୁଅ ଓ ଦାବି କର । କାହିଁକି ଭାଇକୁ ଅଧିକ ଖାଇବାକୁ ଦିଆଗଲା, ମୋତେ ନୁହେଁ ? ସେ କାହିଁକି କଲେଜରେ ପାଠ ପଢ଼ିବ ମୁଁ କାହିଁକି ନୁହେଁ ? ଘରେ ବାହାରେ ସବୁଠି ଏଭଳି ପ୍ରଶ୍ନର ଉତ୍ତର ମାଗ ଓ ପରିସ୍ଥିତିର ମୁକାବିଲା କର । ଏଭଳି ଶିକ୍ଷା ଦିଆଯାଉଛି ଏକ ଭିନ୍ନ ପ୍ରକାର ସ୍କୁଲରେ ।

PARDADA SCHOOL-2

ଉତ୍ତର ପ୍ରଦେଶର ବୁଲନ୍ଦସର ଜିଲ୍ଲା ଅନୁପସହର ଠାରେ ରହିଛି ଏଭଳି ଏକ ସ୍କୁଲ, ଯେଉଁଠି କେବଳ ଝିଅମାନେ ପଢ଼ନ୍ତି ଓ ସେମାନଙ୍କୁ ମହିଳା ଅଧିକାର ବିଷୟରେ ଶିକ୍ଷା ଦିଆଯାଏ । ସ୍କୁଲର ମଧ୍ୟ ଏକ ଅଦଭୁତ ନାଁ ଦିଆଯାଇଛି। ପରଦାଦା ପରଦାଦି ସ୍କୁଲ । ୧୪୦୦ ଝିଅ ପଢୁଥିବା ଏହି ସ୍କୁଲରେ ପାଠପଢ଼ା ସହ ମହିଳା ଅଧିକାର ଶିକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯାଏ ।

PARDADA SCHOOL-3

ଏହି ଅଞ୍ଚଳରେ ପୁଅଙ୍କ ଅନୁସାରେ ଝିଅ ସଂଖ୍ୟା କମ୍ । ପୁଣି ଝିଅମାନଙ୍କୁ ପାଠ ପଢ଼ିବାକୁ ସୁଯୋଗ ଦିଆଯାଏ ନାହିଁ । ତେଣୁ ପରଦାଦା-ପରଦାଦି ଏଜୁକେଶନ ସୋସାଇଟି ଏଭଳି ଏକ ସ୍କୁଲ କରି ଝିଅମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାଉଛି । ଏମିତିକି ଯେତେ ବାଧ୍ୟବାଧକତା ଥିଲେ ମଧ୍ୟ ୧୮ ବର୍ଷ ପୂର୍ବରୁ ବିବାହ ନକରିବାକୁ ଶପଥ ନିଅନ୍ତି ଝିଅମାନେ । ଏଭଳି ଏକ ନିଆରା ଶିକ୍ଷାନୁଷ୍ଠାନ ଏବେ ସାରା ଦେଶରେ ଚର୍ଚ୍ଚାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.