ସୋସିଆଲ୍ ମିଡିଆରେ କରନ୍ତୁ କ୍ୟାରିୟର୍ : ଜାଣନ୍ତୁ କେମିତି କରିବେ ଆରମ୍ଭ

ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି ସୋସିଆଲ୍ ମିଡିଆ । ସୋସିଆଲ୍ ମିଡିଆକୁ ବ୍ୟତୀତ ଗୋଟିଏ ଦିନ ମଧ୍ୟ କଳ୍ପନା କରିବା ଅସମ୍ଭବ । କାରଣ ଆମ ଜୀବନକୁ ଏକ ପ୍ରକାର ପରିବର୍ତ୍ତନ କରିସାରିଛି ସୋସିଆଲ୍ ମିଡିଆ ଏବଂ ଇଣ୍ଟରନେଟ୍ । କିନ୍ତୁ ସୋସିଆଲ୍ ମିଡିଆକୁ କେବଳ ମନୋରଞ୍ଜନର ମାଧ୍ୟମ ନକରି ଆପଣ ରୋଜଗାର ମଧ୍ୟ କରିପାରିବେ । ଏବେ ଜାଣନ୍ତୁ ସୋସିଆଲ୍ ମିଡିଆକୁ କେମିତି କରିବେ ରୋଜଗାରର ମାଧ୍ୟମ ।

ବ୍ଲଗର୍ : ଜଣେ ପ୍ରଫେସନାଲ୍ ବ୍ଲଗର୍ ଭାବରେ ଆପଣ କ୍ୟାରିୟର୍ ଆରମ୍ଭ କରିପାରିବେ । ଏହା ପରେ ଆପଣ କର୍ପୋରେଟ୍ କିମ୍ବା ପର୍ସନାଲ୍ ବ୍ଲଗ୍ ପାଇଁ କଣ୍ଟେଟ୍, ରାଇଟିଙ୍ଗ୍ , ଏଡିଟିଙ୍ଗ୍ କିମ୍ବା ପ୍ରମୋସନ୍ କରିପାରିବେ ।

SEO  ଏକ୍ସପର୍ଟ : ସର୍ଚ୍ଚ ଇଞ୍ଜିନ୍ ଅପ୍ଟିମାଇଜେସନ୍ ଏକ୍ସପର୍ଟ କୌଣସି ଅର୍ଗାନାଇଜେସନର ସୋସିଆଲ୍ ମିଡିଆ ଷ୍ଟ୍ରାଟର୍ଜି ଉପରେ କାମ କରିଥାଏ । ଯାହା ଦ୍ବାରା ତାର ଭିଜିଭିଲିଟି ବଢାଯାଇପାରେ । ଆଉ ଏଥିପାଇଁ ଆବଶ୍ୟକ ହୋଇଥାଏ SEO  ଏକ୍ସପର୍ଟ।

ସାଇଟ୍ ଟ୍ରାଫିକ୍ ପ୍ଲାନର୍ : ଏମାନେ ସେ ଲୋକ ହୋଇଥାନ୍ତି ଯେଉଁମାନେ ସୋସିଆଲ୍ ମିଡିଆରେ ଅଧିକ ଟ୍ରାଫିକ୍ କେଉଁଠୁ ମିଳିଥାନ୍ତି ରିସର୍ଚ୍ଚ କରିଥାନ୍ତି । ଏମାନଙ୍କ କାମ ହେଉଛି କଣ୍ଟେଟକୁ କେମିତି ବ୍ୟବହାର କରାଯିବ ଯାହା ଫଳରେ ସାଇଟକୁ ଅଧିକ ଟ୍ରାଫିକ୍ ଆସିବ । ଏହା ସହ ଉକ୍ତ ସାଇଟରେ ବିଜ୍ଞାପନ ଦିଆଯାଇପାରିବ ।

ଅନଲାଇନ୍ ଫରେନସିକ୍ ଏକ୍ସପର୍ଟ : ଏବେ ସାଇବର୍ ଅପରାଧ ବଢି ବଢି ଚାଲିଛି । ତେଣୁ ଡିଜିଟାଲ୍ ଫରେନସିକ୍ ଏକ୍ସପର୍ଟ କିମ୍ବା ଅନଲାଇନ୍ ଫରେନସିକ୍ ଏକ୍ସପର୍ଟଙ୍କ ଡିମାଣ୍ଡ ବଢିଯାଇଛି ।

ଡିଜିଟାଲ୍ ମାର୍କେଟିଙ୍ଗ୍ ଏକ୍ସପର୍ଟ : କମ୍ପାନୀର ପଡକ୍ଟକୁ ଅନଲାଇନ୍ ମାର୍କେଟିଙ୍ଗ୍ ଷ୍ଟ୍ରାଟେର୍ଜିକୁ ଡେବଲପ୍ କରିବା, ୱେବ ଆନାଲିଟିକ୍ସ , ଇମେଲ୍ ମାର୍କେଟିଙ୍ଗ୍ ଏବଂ ସର୍ଚ୍ଚ ଅପ୍ଟିମାଇଜେସନ୍ ଭଳି ଟେକନିକ୍ ସହ କାମ କରିବାକୁ ପଡିଥାଏ ।

ସୋସିଆଲ୍ ମିଡିଆ କଣ୍ଟେଟ୍ ରାଇଟର୍ : ଏମାନଙ୍କୁ କୌଣସି କ୍ଲାଇଣ୍ଟ ବା କମ୍ପାନୀର ଅଫିସିଆଲ୍ ୱେବସାଇଟରେ ଲେଖିବାକୁ ପଡିଥାଏ ।

Leave A Reply

Your email address will not be published.