କପିଲ ଶର୍ମା ଫ୍ଯାନଙ୍କୁ ଦେଲେ ଖୁସି ଖବର, ଗିନ୍ନି ଜନ୍ମଦେଲେ ଆଉ ଏକ ଶିଶୁପୁତ୍ର

କପିଲ ଶର୍ମାଙ୍ ପୁଣି ଖୁସି ଖବର ଦେଇଛନ୍ତି। କପିଲଙ୍କ ପତ୍ନୀ ଗିନ୍ନି ଆଉ ଜଣେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। କପିଲ ଶର୍ମା ୨ୟ ସନ୍ତାନର ବାପା ହେବେ ବୋଲି ଗତ କିଛିଦିନ ତଳେ ଟ୍ବିଟ୍ କରି ଜଣାଇଥିଲେ। ତାଙ୍କର ପୁତ୍ର ଜନ୍ମ ହେବା ପରେ ସୋସିଆଲ୍ ମିଡିଆରେ ଫ୍ୟାନ୍ସମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି ।

କମେଡି କିଙ୍ଗ୍ କପିଲ ଶର୍ମା ପୁଣି ଥରେ ବାପା ହୋଇଛନ୍ତି । ଫେବୃଆରୀ ୧ ତାରିଖ ମାନେ ଆଜି କପିଲ ଶର୍ମାଙ୍କ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ଯାହାର ଖବର ସୋସିଆଲ୍ ମିଡିଆରେ କପିଲ ଶର୍ମା ସେୟାର କରିଛନ୍ତି । ଏହା ସହିତ ଫ୍ଯାନ୍ସମାନଙ୍କ ପାଇଁ ‘ଗୁଡ ନ୍ୟୁଜ୍’ ଲେଖି ସେୟାର କରିଛନ୍ତି କମେଡି କିଙ୍ଗ୍ । ସୋସିଆଲ୍ ମିଡିଆରେ କପିଲ ଶର୍ମାଙ୍କ ଟ୍ୱିଟ୍ ଖୁବ୍ଜୋରରେ ଭାଇରଲ ହେବାର ଲାଗିଛି । ଏହାସହିତ ମାଆ ଓ ପୁଅ ଉଭୟେ ସୁସ୍ଥ ଥିବା କପିଲ ଶର୍ମା ଟ୍ୱିଟ୍ କରି ଜଣାଇଛନ୍ତି ।

କପିଲ ଶର୍ମା ସକାଳ ୫ଟା ୩୦ମିନିଟରେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ନମସ୍କାର, ଆଜି ସକାଳ ଆମକୁ ଭଗବାନଙ୍କ ଆର୍ଶାବାଦ ପ୍ରାପ୍ତ ହୋଇଛି । ଯାହାର ଫଳସ୍ୱରୁପ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ଫ୍ୟାନ୍ସ ଭଲପାଇବା ଓ ଆର୍ଶୀବାଦ ପାଇଁ ଧନ୍ୟବାଦ । ଏହାପୂର୍ବରୁ କପିଲ ଶର୍ମାଙ୍କ ଏକ କନ୍ୟା ସନ୍ତାନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.