Below header

ରିଲିଜ ହେବା ପୂର୍ବରୁ ବିବାଦରେ ଫସିଲା ରଣବୀରଙ୍କ ଫିଲ୍ମ ‘୮୩’, ଦୀପିକାଙ୍କ ସମେତ ପ୍ରଯୋଜକଙ୍କ ନାମରେ କେସ୍‌

ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘୮୩’ ରିଲିଜ ହେବା ପୂର୍ବରୁ ବିବାଦରେ ଫସିଛି। ୟୁଏଇର ଏକ ଫାଇନାନ୍ସର କମ୍ପାନୀ ମୁମ୍ବାଇ ମେଟ୍ରୋପଲିଟନ କୋର୍ଟରେ ଫିଲ୍ମ ‘୮୩’ର ଫିଲ୍ମମେକର୍ସଙ୍କ ବିରୋଧରେ ଷଡଯନ୍ତ୍ର କରିବା ଏବଂ ବିଶ୍ୱାସଘାତକତା କରିବା ନେଇ ମାମଲା ଦାଏର କରିଛି। ଯେଉଁଥିରେ ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ସାମିଲ ରହିଛି। ଫିଲ୍ମର ନିର୍ମାତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଧାରା ୪୦୫, ୪୦୬, ୪୧୫, ୪୧୮, ୪୨୦ ଏବଂ ୧୨୦ ବି ଅଧିନରେ କେସ୍‌ ହୋଇଛି।

ଏହି ଅଭିଯୋଗରେ ଦୀପିକା ପାଦୁକୋନଙ୍କ ନାମ ବ୍ୟତୀତ ସାଜିଦ ନାଡିଆଡବାଲା, କବୀର ଖାନ, ଫ୍ୟାଣ୍ଟମ ଫିଲ୍ମସ ଏବଂ ଅନ୍ୟ ଚାରି ଜଣଙ୍କ ନାମ ସାମିଲ ରହିଛି। ଦୀପିକା ମଧ୍ୟ ଏହି ଫିଲ୍ମ ପ୍ରଯୋଜକ ମଧ୍ୟରେ ଅନ୍ୟତମ।FZE ପକ୍ଷରୁ ଅଭିଯୋଗରେ କୁହାଯାଇଛି ଯେ, ବିଭ୍ରି ମିଡିଆ ସହିତ ଫିଲ୍ମର ଇନଭେଷ୍ଟମେଣ୍ଟକୁ ନେଇ କଥାବାର୍ତ୍ତା ହୋଇଥିଲା। ଏହି ସମୟରେ ଭଲ ରିଟର୍ନ ମିଳିବ ବୋଲି ବିଭ୍ରି ମିଡିଆ ଦାବି କରିଥିଲା। ଆଉ ଏଥିପାଇଁ ୧୬ କୋଟି ଟଙ୍କା ଇନଭେଷ୍ଟମେଣ୍ଟ ହୋତିଲା। କିନ୍ତୁ ଫିଲ୍ମ ମେକର୍ସ ଫିଲ୍ମର ରାଇଟସକୁ ନେଇ ବିଶ୍ୱାସଘାତକତା କଲେ। ଆଉ FZE ଦ୍ୱାରା ଦିଆଯାଇଥିବା ପଇସାକୁ ଫିଲ୍ମର ପ୍ରମୋସନ ପାଇଁ ଖର୍ଚ୍ଚ କରାଯାଇଥିଲା, ଯାହା ପାଇଁ ମେକର୍ସ ସେମାନଙ୍କ ଠାରୁ ସହମତି ନେଇନଥିଲେ।

 

View this post on Instagram

 

A post shared by Ranveer Singh (@ranveersingh)

ସୂଚନାଯୋଗ୍ୟ, ଫିଲ୍ମ ‘୮୩’ରେ ରଣବୀର ସିଂ ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ନଜର ଆସିବେ। ସେହିପରି ଦୀପିକା ପାଦୁକୋନ ରଣବୀରଙ୍କ ପତ୍ନୀ ଭୂମିକାରେ ନଜର ଆସିବେ। ଫିଲ୍ମଟି ୧୯୮୩ରେ ଇଣ୍ଡିଆନ କ୍ରିକେଟ ଟିମ୍‌ ଓ୍ଵାଲର୍ଡ କପ୍‌ ଜିତିବା କାହାଣୀ ପ୍ରଦର୍ଶିତ କରାଯିବ। ଏହାର ନିର୍ଦ୍ଦେଶନା କବୀର ଖାନ କରିଛନ୍ତି। ଫିଲ୍ମଟି ୨୪ ଡିସେମ୍ବରରେ ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.