ଅନ୍ତିମ ଯାତ୍ରାରେ ସିଡିଏସ୍‌ ଜେନେରାଲ୍‌ ରାଓ୍ଵତ,ପଞ୍ଚଭୂତରେ ହେବେ ବିଲୀନ

କେନ୍ୟୁଜ୍(ବ୍ୟୁରୋ): ଅନ୍ତିମ ଯାତ୍ରାରେ ସିଡିଏସ୍‌ ଜେନେରାଲ୍‌ ରାଓ୍ଵତ । ଆଜି ପଞ୍ଚଭୂତରେ ବିଲୀନ ହେବେ ବୀର ପୁତ୍ର ସିଡିଏସ ଜେନେରାଲ ବିପିନ ରାୱତ । ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଉଛି ଶ୍ମଶାନ ଘାଟ । ଦିଲ୍ଲୀର କାମରାଜ ମାର୍ଗ ସ୍ଥିତ ବାସଭବନରୁ ମର ଶରୀରକୁ ସୁସଜ୍ଜିତ ସେନାର ଗାଡ଼ିରେ ନିଆଯାଉଛି ।

ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ବ୍ରାର୍‌ ସ୍କୋୟାର ଶ୍ମଶାନ ଘାଟରେ ସିଡିଏସ ଜେନେରାଲ ରାଓ୍ଵତ ଓ ତାଙ୍କ ପତ୍ନୀ ମଧୁଲିକା ରାଓ୍ଵତଙ୍କ ଅନ୍ତିମ ସଂସ୍କାର କରାଯିବ । ସିଡିଏସଙ୍କ ମୂଳ ୟୁନିଟ 5/11 ଗୋର୍ଖା ରାଇଫଲ୍‌ସ ପକ୍ଷରୁ ଶେଷକୃତ୍ୟର ସମସ୍ତ ବନ୍ଦୋବସ୍ତ କରାଯାଇଛି । ଏହାପୂର୍ବରୁ ତାଙ୍କ ବାସଭବନରେ ବହୁ କେନ୍ଦ୍ରମନ୍ତ୍ରୀ, ସେନା ଅଧିକାରୀ ଓ ବହୁ ସାଧାରଣ ଲୋକ ଅନ୍ତିମ ଦର୍ଶନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.