ରାଜ କୁନ୍ଦ୍ରା- ଅଶ୍ଳୀଳ ଭିଡିଓ ଲିଙ୍କ ମାମଲା, କ୍ରାଇମ ବ୍ରାଞ୍ଚ ହାତରେ ଲାଗିଲା ହୁଆଟ୍ସ ଅପ ଚାଟ

ବଲିଉଡ ଅଭିନେତ୍ରୀ ତଥା ଶିଳ୍ପା ସେଠୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ସୋମବାର କ୍ରାଇମବ୍ରାଞ୍ଚ ଟିମ ଗିରଫ କରିଛନ୍ତି । ଅଶ୍ଳୀଳ ଫିଲ୍ମ ବା ପୋନୋଗ୍ରାଫି ତିଆରି କରି ଆପରେ ପବ୍ଲିସ କରିବା ନେଇ ତାଙ୍କ ନାଁରେ ଅଭିଯୋଗ ରହିଛି । ରାଜଙ୍କୁ ପଚରା ଉଚୁରା କରିବା ସହ ତାଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ ଟିମ । କ୍ରାଇମ ବ୍ରାଞ୍ଚ ଅନୁଯାୟୀ ଏହି ଘଟଣାର ମୁଖ୍ୟ କାରପରଦାର ହେଉଛନ୍ତି ରାଜ । ଏହି କେଶକୁ ନେଇ ଲଗାତାର ନୂଆ ନୂଆ ଖୁଲାସା ହେବାରେ ଲାଗିଛି । ସୂଚନାରୁ ଜଣାଯାଇଛିଯେ ରାଜ ଏମିତି ଏକ ହୁଆଟ୍ସ ଅପ ଗୃପର ମେମ୍ବର ଥିଲେ ଯେଉଁଥିରେ ପୋର୍ନ ଫିଲ୍ମ ବିଜିନେସ ସହ ଜଡିତ ମେସେଜ ଦିଆନିଆ ହେଉଥିଲା । ଏହି ହୁଆଟ୍ସ ଅପ ଗ୍ରୁପର କିଛି ମେସେଜ ବେଶ ଭାଇରାଲ ହେବାରେ ଲାଗିଛି ।

raj kundra new

ଏହି ହୁଆଟ୍ସ ଅପ ଗ୍ରୁପର ନାଁ “H” ଆକାଉଣ୍ଟ ରଖାଯାଇଥିଲା । ଆଉ ଏହି ଗ୍ରୁପରେ ଥିବା ସମସ୍ତ ଲୋକେ ପୋନୋଗ୍ରାଫିକ ବିଜିନେସରେ ଜଡିତ ଥିଲେ । ଆଉ ରାଜ କୁନ୍ଦ୍ରା ମାର୍କେଟିଙ୍ଗ, ସେଲ୍ସ ଓ ମଡ଼େଲସର ପେମେଣ୍ଟ ସହ ଜଡିତ ନେଇ ମେସେଜ କରୁଥିଲେ । କେଉଁ ମଡେଲକୁ କେତେ ପ୍ରାପ୍ୟ ଦିଆଯିବ, କେଉଁ ଉପାୟରେ ରେଭିନ୍ୟୁ ବଢାଯିବ ସେନେଇ ମେସେଜ କରିଆସୁଥିଲେ ରାଜ କୁନ୍ଦ୍ରା । ସମସ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଥ୍ୟ ରଖୁଥିଲେ । ଫିଲ୍ମ ତିଆରି ହେବା ପରେ ଆପ ଓ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ କରାଯାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହୋଇ ଆସୁଥିଲା | ଏନେଇ ଚଳିତ ବର୍ଷ ଫେବୃଆରୀ ମାସରେ ରାଜଙ୍କ ବିରୋଧରେ କେଶ ଦାୟର ହୋଇଥିଲା ।

ପୋଲିସକୁ ମିଳିଥିବା ତଥ୍ୟ ଅନୁଯାୟୀ, ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିକୁ କାମ ଆଶାରେ ଆସୁଥିବା ଝିଅ ମାନଙ୍କୁ ନିଜ ଜାଲରେ ଫସାଉଥିଲେ ଏହି ଟିମ । ରାଜଙ୍କ ବିରୋଧରେ ଉଠିଥିବା ଏହି ଅଭିଯୋଗ ପ୍ରଥମ ନୁହେଁ । ଏହା ପୂର୍ବରୁ ଥରେ ମଡେଲ ପୁନମ ପାଣ୍ଡେ ରାଜ କୁନ୍ଦ୍ରା ଓ ତାଙ୍କ ସହଯୋଗୀଙ୍କ ନାଁରେ ହାଇକୋର୍ଟରେ ଏକ କେଶ ଦାୟର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.