Below header

ଆଳୁ ବଦଳରେ ଥରେ ଖାଆନ୍ତୁ ବିଟ ଚିପ୍ସ, ପାଇବେ ଏକଦମ୍‌ କୁରକୁରା ସ୍ୱାଦ

ଆବଶ୍ୟକ ସାମଗ୍ରୀ

ବିଟ୍‌ – ୫ ପିସ୍‌
ଗୋଲମରୀଚ – ୩ ଚିମୁଟା
ଲୁଣ – ସ୍ୱାଦାନୁସାରେ
ତେଲ – ୨ ଚାମଚ
ରୋଜମେରୀ – ୧/୨ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ଘରେ ଚିପ୍ସ ବନାଇବା ସମୟରେ ଧ୍ୟାନରେ ରଖିବେ ଯେ ବିଟକୁ ଠିକ୍‌ ଭାବେ ଯେମିତି କଟା ହୋଇଥିବ। ଯଦି ବିଟ୍‌ ତାଜା ନଥିବ ତାହେଲେ ଭଲ ଆଉ କ୍ରିସପି ହେବନାହିଁ। ଏଥିପାଇଁ ଆପଣ ବିଟ୍‌ ଚିପ୍ସ ପାଇଁ ତାଜା ବିଟ୍‌ ନିଅନ୍ତୁ। ମନେ ରଖିବେ ଚିପ୍ସ ପାଇଁ ଅଧିକ ବଡ କିମ୍ବା ଅଧିକ ଛୋଟ ବିଟ୍‌ ନେବେନାହିଁ। ବରଂ ମିଡିୟମ ସାଇଜର ବିଟ୍‌ ନିଅନ୍ତୁ। ବିଟ୍‌ ଚିପ୍ସ ବନାଇବା ପାଇଁ ପ୍ରଥମେ ଆପଣ ବିଟକୁ ଭଲଭାବେ ସଫା କରିଦିଅନ୍ତୁ। ସଫା କରିବା ପରେ ସ୍ଲାଇସରେ କାଟି ଦିଅନ୍ତୁ। ଏସବୁକୁ ନେଇ ଏକ ଟ୍ରେରେ ରଖିଦିଅନ୍ତୁ। ଏହାଉପରେ ଗୋଲମରୀଚ ପାଉଡର, ଲୁଣ ଏବଂ ରୋଜମେରୀ ଭଲଭାବେ ପକାଇ ଦିଅନ୍ତୁ। ଏହାପରେ ଆପଣ ଓଭନକୁ ୧୫୦ ଡିଗ୍ରି ପ୍ରିହିଟ୍‌ କରିଦିଅନ୍ତୁ। ଓଭନ ଗରମ ହେବା ପରେ ବେକିଙ୍ଗ ଟ୍ରେକୁ ଓଭନ ଭିତରେ ରଖି ୧୦ ମିନିଟ୍‌ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ୧୦ ମିନିଟ୍‌ ପରେ ଓଭନରୁ ଟ୍ରେକୁ ବାହାର କରି ଥଣ୍ଡା ହେବା ପରେ ଚିପ୍ସ ଖାଇବା ପାଇଁ ସର୍ଭ କରନ୍ତୁ। ଯଦି ଚିପ୍ସ ସର୍ଭ କରିବା ପରେ ବଳିପଡୁଛି ତାହେଲେ କୌଣସି ଏୟାର ଟାଇଟ ଡବାରେ ରଖି ବନ୍ଦ କରିଦିଅନ୍ତୁ ଏବଂ ସମୟ ସମୟରେ ଏହାକୁ ବାହାର କରି ଖାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.