ଦେଶୀ ମଦ ପାଉଚ ସହ ଅଟୋ ରିକ୍ସା ଜବତ, ଜଣେ ଗିରଫ

ଟାଙ୍ଗୀ(କେନ୍ୟୁଜ୍‌) :  ଖୋରଧା ଜିଲ୍ଲା ବାଲୁଗାଁ ଥାନା ଅଧୀନସ୍ଥ ୧୬ନମ୍ବର ଜାତୀୟ ରାଜପଥରେ ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ମଦ ବୋଝେଇ ଅଟୋ ରିକ୍ସାକୁ ପୁଲିସ ଜବତ କରିଛି । ଏଥିରେ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି ।

ଆଜି ଖଡ଼ିକାପଲ୍ଲୀ ଓଭରବ୍ରିଜ ଦେଇ ଏକ ମଦ ବୋଝେଇ ଅଟୋ ରିକ୍ସା ଯାଉଥିବା ବିଶେଷ ସୂତ୍ରରୁ ଖବର ପାଇ ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଳିକ ନେତୃତ୍ୱରେ ଏକ ଟିମ୍ ଅଚାନକ ଚଢ଼ାଉ କରିଥିଲା । ଏହି ଅଟୋ ରିକ୍ସାରୁ ୨୪୦ଲିଟର ଦେଶୀ ମଦ ପାଉଚ ବସ୍ତା ଜବତ କରିବା ସହ ଜଣକୁ କାବୁକରି ନେଇଥିଲେ ପୋଲିସ ।

ଗିରଫ ବ୍ୟକ୍ତି ଚିଲିକା ବ୍ଲକ୍ ଛେଡା ପଦର ଗ୍ରାମର କନ୍ଦର୍ପ ଦାସ ବୋଲି ଜଣାପଡ଼ିଛି । ଖୁବ୍‌ ଶୀଘ୍ର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ବାଲୁଗାଁ ଏସ୍ ଡି ପି ଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.