ଅନୁଷ୍କା ଶର୍ମାଙ୍କ ଝିଅ ଭାମିକାଙ୍କ କ୍ୟୁଟ୍‌ ଭିଡିଓ ଭାଇରାଲ; ବିରାଟ କୋହଲିଙ୍କ ସହ ପହଞ୍ଚିଲେ ବୃନ୍ଦାବନ…ଭାମିକାଙ୍କ ଦୁଷ୍ଟାମୀ ଫ୍ୟାନ୍ସଙ୍କୁ ଆସିଲା ପସନ୍ଦ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଦୁବାଇରେ ନୂଆ ବର୍ଷ ପାଳନ କରି ଭାରତ ଫେରିଛନ୍ତି। ଦେଶକୁ ଫେରିବା ପରେ ଅନୁଷ୍କା କ୍ରିକେଟର ସ୍ୱାମୀ ବିରାଟ କୋହଲି ଓ ଝିଅ ଭାମିକାଙ୍କ ସହ ବୃନ୍ଦାବନରେ ପହଞ୍ଚିଥିଲେ, ଯେଉଁଠି ତାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିରାଟ ଓ ଅନୁଷ୍କା ବାବା ନିମ୍ କରୋଲିଙ୍କ ଆଶ୍ରମ ତଥା ସମାଧିସ୍ଥଳ ଏବଂ ମା’ ଆନନ୍ଦମୟୀଙ୍କ ଆଶ୍ରମରେ ବି ପହଞ୍ଚିଥିଲେ।

ଅନୁଷ୍କାଙ୍କ ବୃନ୍ଦାବନ ଟ୍ରିପ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ଝିଅ ଭାମିକାଙ୍କୁ କୋଳରେ ବସାଇ ନିଜେ ହାତ ଯୋଡ଼ି ବସିଥିବାର ନଜର ଆସିଛନ୍ତି। ପାଖରେ ତାଙ୍କ ସ୍ୱାମୀ ବିରାଟ କୋହଲି ମଧ୍ୟ ନଜର ଆସିଛନ୍ତି। ଏହି ସମୟରେ ଭାମିକା କରୁଥିବା ଦୁଷ୍ଟାମୀ ଫ୍ୟାନ୍‌ମାନଙ୍କୁ ବେଶ୍‌ ପସନ୍ଦ ଆସିଛି।

ଭାଇରାଲ ଭିଡିଓରେ ଭାମିକାଙ୍କ ଚେହେରା ଦେଖାଯାଉ ନାହିଁ। ଅନୁଷ୍କା ଶର୍ମା ହ୍ଵାଇଟ୍‌ ସୁଟ୍, ବ୍ଲାକ୍ ଜ୍ୟାକେଟ୍, ହ୍ଵାଇଟ୍‌ କ୍ୟାପ୍ ଓ ଫ୍ଲୋରାଲ ସ୍କାର୍ଫରେ ନଜର ଆସୁଥିବା ବେଳେ ବିରାଟ କୋହଲି ଅଲିଭ୍ ଗ୍ରୀନ୍ ଜ୍ୟାକେଟ୍, ବ୍ଲାକ୍ କ୍ୟାପ୍ ଓ ଟ୍ରାଉଜର ପିନ୍ଧିଛନ୍ତି। ଭିଡିଓରେ ଭାମିକା ନିଜ ମା’ ଅନୁଷ୍କାଙ୍କ କୋଳରେ ବସିଛନ୍ତି। ଏହି ସମୟରେ ସ୍ୱାମୀ ଜୀ ଆସି ଅନୁଷ୍କାଙ୍କୁ ପ୍ରଥମେ ନୀଳ ରଙ୍ଗର ଓଢ଼ଣୀ ପିନ୍ଧାଉଛନ୍ତି ଏବଂ ପରେ ଭାମିକାଙ୍କ ଗଳାରେ ମାଳା ପକାଉଛନ୍ତି। ସୂଚନା ମୁତାବକ, ବିରାଟ ଓ ଅନୁଷ୍କାଙ୍କର ଏହି ଭିଡିଓ ରମଣ ରେତି ମାର୍ଗସ୍ଥିତ କେଳି କୁଞ୍ଜର ହିତ ପ୍ରେମାନନ୍ଦ ଗୋବିନ୍ଦ ଶରଣ ମହାରାଜଙ୍କ ଆଶ୍ରମର ବୋଲି ଜଣାପଡ଼ିଛି।

ସବୁଠାରୁ ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରେ ଥିବା ଅନୁଷ୍କା ଶର୍ମା ଓ ବିରାଟ କୋହଲି ଏ ପର୍ଯ୍ୟନ୍ତ ନିଜ ଝିଅର ଚେହେରା ରିଭିଲ୍‌ କରିନାହାନ୍ତି। ଯଦିଓ ପୂର୍ବରୁ ଭାମିକାଙ୍କ ଚେହେରା ପାପାରାଜିଙ୍କ କ୍ୟାମେରାରେ କଏଦ ହୋଇ ଯାଇଥିଲା ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନୁଷ୍କା ଏକ ଲମ୍ବା ପୋଷ୍ଟ ଲେଖି ସମସ୍ତଙ୍କୁ ଏହାକୁ ହଟାଇବାକୁ ଦାବି କରିଥିଲେ। ଅନୁଷ୍କା ଲେଖିଥିଲେ କି, ଯେପରି ଭବିଷ୍ୟତରେ ଏମିତି କରାଯିବ ନାହିଁ।

 

View this post on Instagram

 

A post shared by @virushka_always1801

ଅନୁଷ୍କା ଶର୍ମାଙ୍କ ଓ୍ଵାର୍କଫ୍ରଣ୍ଟ ବିଷୟରେ କଥା ହେବା ତ, ସେ ଖୁବ୍‌ ଜଲ୍‌ଦି ଫିଲ୍ମ ‘ଚକଦା ଏକ୍ସପ୍ରେସ’ରେ ନଜର ଆସିବାକୁ ଯାଉଛନ୍ତି। ଫିଲ୍ମରେ ଅନୁଷ୍କା ପୂର୍ବତନ ଭାରତୀୟ କ୍ରିକେଟର ଝୁଲନ ଗୋସ୍ୱାମୀଙ୍କ ଭୂମିକାରେ ନଜର ଆସିବେ।

 

View this post on Instagram

 

A post shared by Virushka Empire (@virushka_empire)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.