ଓଡିଶା ପୋଲିସ ଇତିହାସରେ ପ୍ରଥମ: ଆସିକା ଥାନା ସର୍ବଭାରତୀୟ ସ୍ତରରେ ହାସଲ କଲା ପ୍ରଥମ ସ୍ଥାନ

ଭଞ୍ଜନଗର(କେନ୍ୟୁଜ୍):  ଓଡିଶା ପୋଲିସ ଇତିହାସରେ ପ୍ରଥମ । ଗଂଜାମ ଜିଲ୍ଲା ଆସିକା ଥାନାକୁ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନର ମାନ୍ୟତା । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ ଆଧାରରେ ଘୋଷଣା ହୋଇଛି । ବୃତ୍ତିଗତ ପାରଦର୍ଶିତା , ସ୍ବଚ୍ଛତା , ନିଷ୍ଠାପରତା , ତ୍ବରିତ କାର୍ଯ୍ୟାନୁଷ୍ଠାନ , ଜନସାଧାରଣଙ୍କଙ୍କୁ ଉତ୍ତମ ବ୍ୟବହାର , ଏବଂ ଅପରାଧୀଙ୍କ କ୍ଷେତ୍ରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଭଳି ୧୬୫ଟି ମାନଦଣ୍ଡ ଆଧାରରେ ସର୍ବେକ୍ଷଣ କରାଯାଇ ୨୦୨୨ ବର୍ଷ ନିମନ୍ତେ ଏହି ଶ୍ରେଷ୍ଠ ମାନ୍ୟତା ଘୋଷଣା କରାଯାଇଛି ।

ଏନେଇ ଆସନ୍ତା ୨୦ ତାରିଖରେ ଦିଲ୍ଲୀ ସ୍ଥିତ ଜାତୀୟ କୃଷି ବିଜ୍ଞାନ ହଲ୍ ଠାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ସମ୍ମାନ ଜନକ ଟ୍ରଫି ପ୍ରଦାନ କରାଯିବ । ଏ ସଂକ୍ରାନ୍ତରେ କେନ୍ଦ୍ର ଯୁଗ୍ମ ନିର୍ଦ୍ଦେଶକ ତରୁଣ କୁମାର , ଓଡିଶା ପୋଲିସ ଡିଜି ସୁନିଲ୍ କୁମାର ବଂଶଲ୍ ଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏହି ମାନ୍ୟତା ଘୋଷଣା ହେବା ପରେ ଆସିକା ଥାନା ଅଞ୍ଚଳରେ ଜନପ୍ରତିନିଧି , ଆଇନଜୀବୀ ଓ ଜନସାଧାରଣଙ୍କ କ୍ଷେତ୍ରରେ ଖୁସି ଦେଖିବାକୁ ମିଳିଥିବା ବେଳେ , ଗଂଜାମ ଏସପି , ଆସିକା ଥାନାଧିକାରୀ ଏବଂ ଥାନା କର୍ମଚାରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.