ହିନ୍ଦୀ ନୁହେଁ ତେଲୁଗ ଗୀତ ‘ବୁଟ୍ଟା ବୋମ୍ମା’ ରେ ଡ୍ୟାନ୍ସ କଲେ ଡେଭିଡ ଓ୍ଵାର୍ଣ୍ଣର, ଭିଡିଓ ଦେଖିଲେ ଆପଣ ମଧ୍ୟ ହୋଇଯିବ ଆଶ୍ଚର୍ଯ୍ୟ

ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ୍ ଓ୍ଵାର୍ଣ୍ଣର ପୁଣି ଏକ ଗୀତରେ ନାଚୁଥିବାର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ତେବେ ଏଥର କୌଣସି ହିନ୍ଦୀ ଗୀତରେ ନୁହେଁ ବରଂ ଏକ ତେଲୁଗୁ ଗୀତରେ ନାଚୁଥିବା ନଜର ଆସିଛନ୍ତି। ତେଲୁଗୁ ଫିଲ୍ମ ଆଲା ବୈକୁଣ୍ଠପୁରମଲୋର ଗୀତ ବୁଟ୍ଟା ବୋମ୍ମାରେ ନିଜ ପତ୍ନୀ କାଣ୍ଡିସ୍ ଓ୍ଵାର୍ଣ୍ଣରଙ୍କ ସହିତ ନାଚୁଥିବାର ନଜର ଆସିଛନ୍ତି । ଟିକ୍ଟକ୍ ଏବଂ ଇନ୍ଷ୍ଟାଗ୍ରାମରେ ଓ୍ଵାର୍ଣ୍ଣର ଏହି ଭିଡିଓକୁ ସେୟାର କରିଥିବା ବେଳେ ଏହାକୁ ଭାରତୀୟ ଦର୍ଶକ ପସନ୍ଦ କରିଥିଲେ ।

 

View this post on Instagram

 

It’s tiktok time #buttabomma get out of your comfort zone people lol @candywarner1

A post shared by David Warner (@davidwarner31) on

ଏହାକୁ ନେଇ ଆଲା ବୈକୁଣ୍ଠପୁରମଲୋ ଫିଲ୍ମର ନାୟକ ତଥା ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ ଓ୍ଵାର୍ଣ୍ଣରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ତେଲୁଗୁ ଗୀତରେ ନାଚିବାର ଓ୍ଵାର୍ଣ୍ଣରଙ୍କ ଏହି ପ୍ରୟାସକୁ ଅଲ୍ଲୁ ଅର୍ଜୁନ୍ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ଓ୍ଵାର୍ଣ୍ଣର ନିଜ ଝିଅ ସହିତ ‘ଶୀଲା କି ଜଓ୍ଵାନୀ’ ଗୀତରେ ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.