ଛାତ ଉପରେ ଗୋଡ ତଳକୁ କରି ବସିଥିଲା ଭଉଣୀ, ଠିକ ସେତିକିବେଳେ ସାନ ଭାଇ କି କାଣ୍ଡ କଲା ଦେଖନ୍ତୁ ଭିଡ଼ିଓ

ପ୍ରାୟ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡ଼ିଓ ଭାଇରଲ ହୋଇଥାଏ ଯାହା ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ ଏବଂ ତାଙ୍କ ମନୋରଞ୍ଜନ ମଧ୍ୟ ହୋଇଥାଏ। ଆପଣ ତ ଅନେକ ଭିଡ଼ିଓ ଦେଖୁଥିବେ କିନ୍ତୁ ଏହି ଭିଡ଼ିଓ ନିହାତି ଆପଣଙ୍କୁ ପସନ୍ଦ ଆସିବ ଆଉ ଏମିତି ଭିଡ଼ିଓ ଦେଖିବା ପରେ ଆପଣ ନିଶ୍ଚିତ ଭାବରେ ଆଗକୁ ସତର୍କ ମଧ୍ୟ ରହିବେ।

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଜଣେ ଛୋଟ ଝିଅଟି ନିଜ ସାଙ୍ଗ ମାନଙ୍କ ସହିତ ଘର ବାହାରେ ଛାତ ଉପରେ ଖେଳୁଛି। କିନ୍ତୁ ଠିକ ସେହି ସମୟରେ ସେ ତଳକୁ ଖସି ପଡି ଲ ତଳେ ଥିବା ସ୍କୁଟି ଉପରେ ପଡିଯାଉଛି। କିନ୍ତୁ କୁହାଯାଏନି ଯାହାକୁ ରଖିବେ ଅନନ୍ତ ତାକୁ କି ହେବ ବଳବନ୍ତ। ଠିକ ସେହିପରି ଏହି ଦୁର୍ଘଟଣା ପରେ ପିଲାଟିର ଶରୀରରେ ଟିକେ ବି କେଉଁଠି ଆଘାତ ଲାଗିନଥିଲା।

video courtesy : Anurag Dwary (@Anurag_Dwary)


ଘଟଣା ହେଉଛି ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଥିବା ଏକ ଛୋଟ ବଜାର ଅଞ୍ଚଳର। ଯେଉଁଠି ଜଣେ ଛୋଟ ଝିଅ ତାର ସାଙ୍ଗ ସହିତ ଛାତ ଉପରେ ତଳକୁ ଗୋଡ କରି ବସିଛି। ଠିକ ସେତିକିବେଳେ ଝିଅଟିର ସାନ ଭାଇ ଏକ ଚେୟାର ଉପରେ ଛିଡା ହୋଇ ଛାତ ଉପରେ ବସିଥିବା ଭଉଣୀର ଗୋଡ଼କୁ ଟାଣିଦେଲେ। ଏହାପରେ ଝିଅଟି ନିୟନ୍ତ୍ରଣ ହରାଇ ତଳକୁ ଖସି ପଡ଼ିଲା। ପଡିବ ସମୟରେ ଝିଅଟି ପ୍ରଥମେ ସ୍କୁଟରରେ ବାଡେଇ ହୋଇ ତଳେ ପଡ଼ିଲା।

ଏହି ଘଟଣା ବିଷୟରେ ଆପଣ ଏଥିପାଇଁ ଜାଣିବା ଦରକାର ଯେ ଝିଅଟିର ବେଳ ଭଲ ଥିଲା ବୋଲି ସିନ ରକ୍ଷା ପାଇଗଲା। ନଚେତ ଏତେ ବଡ ଦୁର୍ଘଟଣାରୁ ରକ୍ଷା ପାଇବା କଣ ସହଜ କଥା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.