ଗୁରମିତ ଏବଂ ଦେବିନାଙ୍କ କୋଳକୁ ଆସିଲା କନ୍ୟା ସନ୍ତାନ, ଗୁରମିତ ସେୟାର କଲେ ଭିଡିଓ

ଭାରତୀ ଏବଂ ହର୍ଷଙ୍କ ପରେ ଏହି ଟେଲି ଜଗତର ଆଉ ଜଣେ ଜଣାଶୁଣା ଯୋଡି ଗୁରମିତ ଚୌଧୁରୀ ଏବଂ ଦେବିନା କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଦେବିନା ୩ ତାରିଖରେ ଅର୍ଥାତ୍‌ ଗତକାଲି କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଗୁରମିତ ସୋସିଆଲ ମିଡିଆରେ ଏହି ଖବର ଜଣାଇଛନ୍ତି। ଗୁରମିତ ଯେଉଁ ଭିଡିଓ ଇନଷ୍ଟାରେ ସେୟାର କରିଛନ୍ତି, ତାକୁ ଦେଖି ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି।

ଇନଷ୍ଟାଗ୍ରାମରେ ଗୁରମତି ଚୌଧୁରୀ ଯେଉଁ ଭିଡିଓ ସେୟାର କରିଛନ୍ତି, ସେହି ଭିଡିଓରେ ତିନିଟି ହାତ ଥିବା ନଜର ଆସିଛି। ପ୍ରଥମେ ଗୁରମିତଙ୍କ ହାତ ତା’ ପରେ ଦେବିନାଙ୍କ ହାତ ଓ ପରେ ପିଲାର ହାତ ଦେଖିବାକୁ ମିଳିଛି। ଗୁରମିତଙ୍କ ଏହି ଭିଡିଓ ଜବରଦସ୍ତ ଭାଇରଲ ହେବାରେ ଲାଗିଛି।

 

View this post on Instagram

 

A post shared by Gurmeet Choudhary (@guruchoudhary)

ଦେବିନା ନିଜ ଗର୍ଭବତୀ ହେବା ନେଇ ବହୁତ ଉତ୍ସାହିତ ରହିଥିଲେ। ଗର୍ଭବତୀ ହେବା ଖବର ମଧ୍ୟ ଫ୍ୟାନ୍ସଙ୍କ ସହିତ ସେୟାର କରିଥିଲେ। ଗର୍ଭବତୀ ହେବା ପରେ ଗୁରମିତ ଏବଂ ଦେବିନା ଅନେକ ଭିଡିଓ ଖୁବ ପସନ୍ଦ କରିଥିଲେ। ସେୟାର ହୋଇଥିବା ଭିଡିଓରେ ଗର୍ଭବତୀ ଥିବା ଦେବିନା ହିଲ୍ସ ପିନ୍ଧିବାରେ ଅସୁବିଧା ଭୋଗୁଥିବା ବେଳେ ଦେବିକାଙ୍କୁ ଗୁରମିତ ହିଲ୍ସ ପିନ୍ଧାଇ ଦେଉଛନ୍ତି।

୨୦୦୬ରେ ଘରୁ ପଳାଇ ବିବାହ କରିଥିଲେ ଦେବିନା ଏବଂ ଗୁରମିତ। ତା’ ପରେ ୨୦୧୧ରେ ଦୁହେଁ ଘର ଲୋକଙ୍କ ଉପସ୍ଥିତିରେ ବିବାହ କରିଥିଲେ।

 

View this post on Instagram

 

A post shared by Debina Bonnerjee (@debinabon)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.