ସଂକଟରେ ଶ୍ରୀଲଙ୍କା ସ୍ଥିତି, ବିରୋଧୀ ଦଳକୁ ଡାକି ଡାକି ମନ୍ତ୍ରୀପଦ ଯାଚୁଛନ୍ତି ରାଷ୍ଟ୍ରପତି ଗୋଟଭାୟା

ଶ୍ରୀଲଙ୍କା କେନ୍ଦ୍ର କ୍ୟାବିନେଟ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଶୁଣା ଯାଉଛିକି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟଭାୟା ରାଜପକ୍ଷ ଓ ତାଙ୍କ ଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷଙ୍କ ଠାରୁ ବିମୁଖ ହୋଇ ରବିବାର ଏମାନେ ନିଜ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରବିବାର ଶ୍ରୀଲଙ୍କା କ୍ୟାବିନେଟର ୨୬ ଜଣ ମନ୍ତ୍ରୀ ଇସ୍ତଫା ପ୍ରଦାନ କରିଥିବା ଜଣାଯାଇଛି । କହିରଖିବା ଉଚିତ ହେବକି, ଭାରତର ଦକ୍ଷିଣ ପ୍ରାନ୍ତରେ ଥିବା ରାଷ୍ଟ୍ର ବର୍ତ୍ତମାନ ସମୟରେ ଖାଦ୍ୟ, ରନ୍ଧାତେଲ, ଇନ୍ଧନ ପରି ଜରୁରୀ ଆବଶ୍ୟକୀୟ ଜିନିଷ ଆଦି ସବୁର ଘୋର ଅଭାବ ଦେଖାଦେଇଛି | ଗୋଟେ ପଟରେ ଦେଶରେ ଆର୍ଥିକ ପରିସ୍ଥିତି ଅସମ୍ଭାଳ ସ୍ଥିତି ଥିବାବେଳେ ଏଠି ବାରମ୍ବାର ପାୱାର କଟ ମଧ୍ୟ ହେଉଛି । କୁହାଯାଉଛିକି ୧୯୪୮ ମସିହାରେ ବ୍ରିଟିଶ ଶାସନରୁ ସ୍ୱାଧୀନ ହେବା ପରେ ଶ୍ରୀଲଙ୍କାରେ ପ୍ରଥମ ଥର ପାଇଁ ଏପରି ସ୍ଥିତି ଦେଖାଦେଇଛି ।

ଶୁକ୍ରବାର ରାଷ୍ଟ୍ରପତି ରାଜପକ୍ଷ ଲୋକଙ୍କ ବିକ୍ଷୋଭକୁ ବିରୋଧ କରି ଲୋକଙ୍କ ଦେଶ ବ୍ୟାପି ଜରୁରୀକାଳୀନ ସ୍ଥିତି ଜାରି କରିଛନ୍ତି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଆଉ ସେମାନଙ୍କୁ ଜରୁରୀ ଜିନିଷ ପତ୍ର ଠିକ ସମୟରେ ଠିକ ପରିମାଣରେ ଯୋଗାଇଦେବା ପାଇଁ ହିଁ ଏପରି ନିଷ୍ପତ୍ତି ନିଆଯାଇଛି ।

ସେଠାରେ ପରିସ୍ଥିତି ଏମିତିଯେ ବର୍ତ୍ତମାନ ସମୟରେ ନିଜେ ରାଷ୍ଟ୍ରପତି ବିପକ୍ଷ ଦଳର ନେତା ମାନଙ୍କୁ ମନ୍ତ୍ରିପଦ ଗଠନ କରିବା ପାଇଁ ନିମନ୍ତ୍ରଣ କରିବା ସହିତ ଦେଶର ଆର୍ଥିକ ସ୍ଥିତି ସୁଧାରିବା ନେଇ ଯୋଗ ଦେବାକୁ ଅନୁରୋଧ କରିଛନ୍ତି । ମାର୍ଚ୍ଚ ୩୧ତାରିଖରେ ଦେଶରେ ପରିସ୍ଥିତି ଅସମ୍ଭାଳ ହେବା ପରେ ରାଷ୍ଟ୍ରପତି ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । କର୍ଫ୍ୟୁ ନିୟମକୁ ଅମାନ୍ୟ କରି ସରକାର ବିରୋଧୀ ରାଲି କରିବାରୁ ପାଖାପାଖି ୬୦୦ ଜଣଙ୍କୁ ଗିରଫ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.