ଦୀପିକା ପାଦୁକୋନଙ୍କୁ ବାବା ରାମଦେବଙ୍କ ପରାମର୍ଶ, ମୋ ଭଳି ପରାମର୍ଶଦାତାଙ୍କୁ ରଖ ପାଖରେ. . .

ସାଧାରଣତଃ କଂଗ୍ରେସର ସମାଲୋଚନା କରୁଥିବା ବାବା ରାମଦେବ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପ୍ରଶଂସା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଇନ୍ଦୋରରେ ମିଡିଆ ରିପୋର୍ଟରେ ମନ୍ତବ୍ୟ ଦେଉଥିବା ବେଳେ ବାବା ରାମଦେବ ମୁଖ୍ୟମନ୍ତ୍ରୀ କମଲନାଥଙ୍କର ଖୁବ୍ ପ୍ରଶଂସା କହିଲେ ଯେ ମୋ ଯେତିକି ପ୍ରେମ ଏବଂ ସମ୍ମାନ ଶିବରାଜ ସିଂହଙ୍କ ପାଇଁ ଅଛି, ସେତିକି ପ୍ରେମ ଏବଂ ସମ୍ମାନ କମଲନାଥଙ୍କ ପାଇଁ ମଧ୍ୟ ଅଛି। ସେ ଆହୁରି ମଧ୍ୟ କହିଲେ ଯେ ମୋର ତାଙ୍କ ସହିତ ବହୁତ ସମୟରେ କଥାବାର୍ତ୍ତା ହୁଏ। ସେ ବହୁତ ଦୂରଦର୍ଶୀ ବ୍ୟକ୍ତି ଅଟନ୍ତି। ସେ ଜାଣିଛନ୍ତି ଯେ ସରକାର କେମିତି ଚଲାଯାଏ। ସେହିପରି ଫିଲ୍ମ ଅଭିନେତ୍ରୀ ଦୀପିକା ପାଦୁକୋନକୁ ପରାମର୍ଶଦାତା ରଖିବାକୁ କହିଛନ୍ତି।

ramdevଛପାକ ଫିଲ୍ମରେ ଚର୍ଚ୍ଚାରେ ରହିଥିବା ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଜେଏନୟୁ ଯିବାକୁ ନେଇ ବାବା ରାମଦେବ ତାଙ୍କୁ କଟାକ୍ଷ କରି କହିଛନ୍ତି, ‘ଦୀପିକା ପାଦୁକୋନଙ୍କୁ ଅଭିନୟ ଜଣାଥାଇପାରେ କିନ୍ତୁ ତାଙ୍କୁ ଏବେ ପର୍ଯ୍ୟନ୍ତ ସାମାଜିକ, ରାଜନୈତିକ ଏବଂ ସାଂସ୍କ୍ରୁତିକ ବିଷୟରେ କୌଣସି ଅଭିଜ୍ଞତା ନାହିଁ ଏବଂ ଏବେ ତାଙ୍କୁ ଅଧିକ ଏହାକୁ ନେଇ ପଢ଼ିବାକୁ ପଡିବ। ଦେଶକୁ ବୁଝିବା ଦରକାର ଏବଂ ଏହାପରେ ତାଙ୍କୁ ବଡ ନିର୍ଣ୍ଣୟ କରିବା ଉଚିତ। ସେ କହିଛନ୍ତି, ‘ମୋତେ ଲାଗୁଛି ଏଥିପାଇଁ ତାଙ୍କୁ ବାବା ରାମଦେବଙ୍କ ଭଳି ପରାମର୍ଶଦାତାଙ୍କୁ ରଖିବା ଆବଶ୍ୟକ, ଯିଏ ତାଙ୍କୁ ଏମିତି ଘଟଣାରେ ଠିକ ଭୁଲ ପରାମର୍ଶ ଦେଇପାରୁଥିବେ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.