କାନ୍ସ ଫେଷ୍ଟିଭାଲ୍ର ଶେଷ ଦିନରେ ଦେଖିବାକୁ ମିଳିଲା ଦୀପିକାଙ୍କ ଜଲଓ୍ଵା, ଧଳା ରଫଲ ଶାଢୀରେ ଆସିଲେ ନଜର

ଦୀପିକା ପାଦୁକୋନ୍ ଏବେ ପୁଣି ଥରେ ଚର୍ଚ୍ଚାରେ। ବର୍ତ୍ତମାନ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୨ରେ ଜୁରୀ ହେବାର ସୁଯୋଗ ମିଳିଛି। ରେଡ୍ କାର୍ପେଟରେ ଏଣ୍ଟ୍ରି କରି ନିଜର ଜଲୱା ଦେଖାଉଛନ୍ତି ଦୀପିକା। ଫଟୋଗ୍ରାଫରମାନେ ତାଙ୍କ ଫ୍ୟାଶନ୍ ଆଇକନ୍ ଅନ୍ଦାଜକୁ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି।
ନିକଟରେ ଦୀପିକା ତାଙ୍କର ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ରୟାଲ୍ ଲୁକ୍ରେ ନଜର ଆସିଛନ୍ତି । ଯାହା ସୋସିଆଲ ମିଡିଆରେ ବହୁତ ଭାଇରଲ ହେଉଛି। ଏହି ଫଟୋ ଗୁଡ଼ିକରେ ଦୀପିକା ଏକ ଧଳା ରଫଲ୍ ଶାଢୀରେ ବହୁତ ସୁନ୍ଦର ଦେଖଯାଉଛନ୍ତି। ଦୀପିକା ତାଙ୍କର ଏହି ଶାଢୀରେ ବୋଲ୍ଡ ବ୍ଲାଉଜ୍ ତିଆରି କରିଛନ୍ତି । ଏହା ବ୍ୟତୀତ ଦୀପିକା ଧଳା ମୋତିର ଏକ ସୁନ୍ଦର ଗହଣା ପିନ୍ଧିଛନ୍ତି । ଯାହା ତାଙ୍କ ଲୁକକୁ୍କୁ ରୟାଲ ଲୁକ୍ ଦେଇଛନ୍ତି।

ଦୀପିକାଙ୍କ ଏହି ଲୁକ୍ ଦେଖିବା ପରେ ସେ ରେଡ୍ କାର୍ପେଟ୍ରେ ଚର୍ଚ୍ଚା ଆରମ୍ଭ ହୋଇଛି । ଦୀପିକା ଏହି ପୋଷାକରେ କୌଣସି ଅପସରା ଠାରୁ କମ୍ ଦେଖାଯାଉ ନାହାନ୍ତି। ଇଣ୍ଟରନେଟରେ ଦୀପିକାଙ୍କ ଏହି ଫଟୋ ନିଆଁ ଲଗାଉଛି । ଲୋକମାନେ ଦୀପିକାଙ୍କ ଏହି ଲୁକକୁ ବହୁତ ପସନ୍ଦ କରୁଛନ୍ତି। ସୂଚନାଯୋଗ୍ୟ ଯେ ଦୀପିକାଙ୍କ ଏହି ପୋଷାକକୁ ପ୍ରସିଦ୍ଧ ଡିଜାଇନର ଅବୁ-ଜାନି-ସନ୍ଦୀପ୍ ଖୋସଲା ଡିଜାଇନ୍ କରିଛନ୍ତି।
ଦୀପିକାଙ୍କ ହାତରେ ଏବେ ଅନେକ ଫିଲ୍ମ ପ୍ରୋଜେକ୍ଟ ରହିଛି। ଶାହରୁଖଙ୍କ ସହିତ ପଠାନ ଏବଂ ଅମିତାଭ ବଚ୍ଚନଙ୍କ ସହିତ ଦ ଇଣ୍ଟର୍ନ ରହିଛି।
View this post on Instagram
ଦୀପିକା ଏଥର କାନ୍ସରେ ପାରମ୍ପରିକ ଆଉଟ୍ଫିଟ୍ରେ ନଜର ଆସିଛନ୍ତି। ୧୭ ମଇରୁ ୨୮ ମଇ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଫେଷ୍ଟିଭାଲରେ ଦୀପିକା ପାରମ୍ପରିକ ଆଉଟ୍ଫିଟ୍ କ୍ୟାରି କରିବେ। ପ୍ରଥମେ ରେଡ କାର୍ପେଟ ଲୁକରେ ଦୀପିକା ପାଦୁକୋନ ବ୍ଲାକ ଏବଂ ଗୋଲଡେନ ସିମର ଶାଢି ପିନ୍ଧିଥିବା ନଜର ଆସିଛନ୍ତି। ଷ୍ଟାଇଲିଷ୍ଟ ଶାଲୀନା ନଥାନୀ ଦୀପିକାଙ୍କ କିଛି ଫଟୋ ସେୟାର କରିଛନ୍ତି।
View this post on Instagram
ଦୀପିକା ଯେଉଁ ଶାଢି ପିନ୍ଧିଛନ୍ତି, ତାହା ସବ୍ୟସଚୀଙ୍କ ଦ୍ୱାରା ଡିଜାଇନ କରାଯାଇଛି। ଅଫ ସୋଲଡର ବ୍ଲାକ୍ ସିମର ବ୍ଲାଉଜ ସହିତ ଷ୍ଟାଇପ୍ଡ ଗୋଲଡେନ ଏବଂ ବ୍ଲାକ ଶାଢି ପିନ୍ଧିଛନ୍ତି। ଦୀପିକାଙ୍କ ଏହି ଲୁକ୍କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ଶାଢି ସାଙ୍ଗକୁ ଦୀପିକାଙ୍କ ମେକ୍ଅପ୍ ଜବରଦସ୍ତ ଲାଗୁଛି। ଆପଣ ଫଟୋ ଦେଖିଲେ ନିଶ୍ଚିତ ଜାଣିପାରିବେ।