ସାପ କାମୁଡ଼ିଲା ଗଙ୍ଗା ମରିଗଲା : ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ସିଂହୀର ମୃତ୍ୟୁ, ଥାନାରେ ଏତଲା ଦେଲେ ଆନିମଲ୍‌ ୱେଲ୍‌ଫେୟାର ଟ୍ରଷ୍ଟର ମୁଖ୍ୟ

ଭୁବନେଶ୍ବର(କେନ୍ୟୁଜ୍‌): ନନ୍ଦନକାନନରେ ଦକ୍ଷିଣ ଆଫ୍ରିକୀୟ ସିଂହୀ ମୃତ୍ୟୁ ଘଟଣା। ଥାନାରେ ଏତଲା ଦେଲେ ଆନିମଲ୍‌ ୱେଲ୍‌ଫେୟାର ଟ୍ରଷ୍ଟର ମୁଖ୍ୟ ପୁରବୀ ପାତ୍ର। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ସିଂହୀ ଗଙ୍ଗାର ମୃତ୍ୟୁ ହୋଇଛି।

ସେଣ୍ଟ୍ରାଲ ZOO ଅଥରିଟିର ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ଥିବା ୧୦ଟି ଭାଇଲ ସାପକାମୁଡ଼ା ଔଷଧ ଦେବାକୁ ଥିଲା। ମାତ୍ର ୩ଟି ଭାଇଲ ଦିଆଯାଇଥିବା ପୁରବୀ ଅଭିଯୋଗ କରିଛନ୍ତି। ସେହିଭଳି ସିଂହୀର ପୋଷ୍ଟମର୍ଟମ ଏକ ନିରପେକ୍ଷ ସ୍ଥାନରେ କରିବାକୁ ଅନୁରୋଧ କରିଛନ୍ତି। ସିଂହୀ ଗଙ୍ଗା ଅନ୍ୟ କୌଣସି କାରଣରୁ ନୁହେଁ ସାପ କାମୁଡ଼ାରୁ ମରିଥିବା ଜଣାପଡ଼ିବା ପରେ ଏଭଳି ଅଭିଯୋଗ କରାଯାଇଛି ।