Below header

ଗୋଟିଏ ଜାଗାକୁ ଛୁଟି କାଟିବାକୁ ଯାଇଛନ୍ତି ରଣବୀର-ଆଲିଆ ଓ ରଣବୀର-ଦୀପିକା, ଭାଇରାଲ ହେଉଛି ଏହି ଦୁଇ ଲଭ୍‌ବାର୍ଡସ୍‌ଙ୍କ ଫଟୋ

ରାଜସ୍ଥାନର ମାଧୋପୁରସ୍ଥିତ ରଣନ୍ଥଭୌର ନ୍ୟାସନାଲ ପାର୍କ ଏବେ ବଲିଉଡ୍‌ ସେଲିବ୍ରିଟିଙ୍କ ନୂଆ ଟୁରିଷ୍ଟ ପ୍ଲେସ୍‌ ବନିଯାଇଛି। ଗତ କିଛି ଦିନ ହେବ ବଲିଉଡ୍‌ ଇଣ୍ଡଷ୍ଟ୍ରୀର ବଡ଼ ବଡ଼ ତାରକାଙ୍କର ଏଠାରେ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ରଣବୀର କପୁର ଓ ଆଲିଆ ଭଟ୍ଟ ନିଜ ପରିବାର ସହ ସେଠାରେ ଛୁଟି କାଟୁଥିବା ବେଳେ ଏବେ ରଣବୀର ସିଂହ ଓ ଦୀପିକା ପାଦୁକୋନ୍‌ ବି ରଣନ୍ଥଭୌର ଯାଇଥିବା ଦେଖିବାକୁ ମିଳିଛି। ୪ ସେଲିବ୍ରିଟିଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି।

 

View this post on Instagram

 

A post shared by SnehZala (@snehzala)

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋରେ ଆଲିଆ, ରଣବୀର କପୁର, ରଣବୀର ସିଂହ ଓ ଦୀପିକା ଏକାଠି ଠିଆ ହୋଇ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି। ଫଟୋରେ ଦୀପିକା ଓ ରଣବୀର ସିଂହ ମାସ୍କ ପିନ୍ଧିଥିବା ଦେଖାଯାଇଛି।

 

View this post on Instagram

 

A post shared by Soni Razdan (@sonirazdan)

ଦିନଥିଲା ଯେତେବେଳେ ରଣବୀର କପୁରଙ୍କ ସହ ଦୀପିକା ପାଦୁକୋନ୍‌ ରିଲେସନ୍‌ସିପ୍‌ରେ ଥିଲେ। କିନ୍ତୁ ପରେ ସେ ରଣବୀର ସିଂହଙ୍କୁ ବିବାହ କରିଥିଲେ। ଏବେ ରଣବୀର କପୁର ଓ ଆଲିଆଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏଣୁ ଏହି ୪ ସେଲିବ୍ରିଟିଙ୍କୁ ଗୋଟିଏ ଫ୍ରେମ୍‌ରେ ଦେଖିବା ଫ୍ୟାନ୍‌ଙ୍କ ପାଇଁ କୌଣସି ଟ୍ରିଟ୍‌ଠାରୁ କମ୍‌ ନୁହେଁ। ତେବେ ଏହି ୪ ଜଣ ମୁମ୍ବାଇକୁ ଫେରିବା ବେଳେ ଏହି ଫଟୋ ଉଠାଇଥିବା କ୍ୟାପସନ୍‌ରେ ଲେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.