Below header

ଦୀପିକା ପାଦୁକୋନ ସେୟାର କଲେ ନିଜର ବୋଲ୍ଡ ଫଟୋ, ସୋସିଆଲ ମିଡିଆରେ ହେଲା ଭାଇରାଲ

ଦୀପିକା ପାଦୁକୋନ ଏବେ ଫିଲ୍ମ ‘ଛପାକ’ ଏବଂ ‘୮୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ଏବେ ଦୀପିକା ବୋଲ୍ଡ ଫଟୋସୁଟ କରିଛନ୍ତି। ଫ୍ରଟୋଗ୍ରାଫର ଡବୁ ରତନାନୀ ଏହି ଫଟୋସୁଟ କରିଛନ୍ତି। ଦୀପିକା ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋସୁଟ କରିବା ପାଇଁ ଦୀପିକାଙ୍କୁ ସେମି ନ୍ୟୁଡ ହେବାକୁ ପଡିଛି। ଫଟୋକୁ ସେୟାର କରି ଡବୁ ଲେଖିଛନ୍ତି ‘ଗ୍ରେସ ଏଣ୍ଡ ବିୟୁଟି’। ଏହି ଫଟୋରେ ଦୀପିକା ଗୋଟେ କାଉଚ୍‌ ଉପରେ ବସି ଫଟୋ ଉଠାଇଥିବା ନଜର ଆସିଛନ୍ତି। ଏହି ଫଟୋସୁଟ ଡବୁ ରତନାନୀ କ୍ୟାଲେଣ୍ଡର ପାଇଁ କରିଛନ୍ତି। ଏହା ପୂର୍ବରୁ ଦୀପିକା ଭୋଗ ମାଗାଜିନ ପାଇଁ ଫଟୋସୁଟ କରିଛନ୍ତି। ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ଦୀପିକା।

ସୂଚନା ଯୋଗ୍ୟ, ଦୀପିକା ଫିଲ୍ମ ‘ଛପାକ’ରେ ଏସିଡ ଆକ୍ରମଣ ପୀଡିତା ଲକ୍ଷ୍ମୀ ଅଗ୍ରଓ୍ଵାଲଙ୍କ ଭୂମିକା ନିର୍ବାହ କରୁଛନ୍ତି। ଏହା ଦୀପିକାଙ୍କ କ୍ୟାରିଅର ସବୁଠାରୁ ଚ୍ୟାଲେଞ୍ଜିଂ ରୋଲ। ଫିଲ୍ମରେ ଦୀପିକାଙ୍କ ସହିତ ବିକ୍ରାନ୍ତ ମେସୀ ମଧ୍ୟ ନଜର ଆସିବେ। ସେହିପରି ଫିଲ୍ମ ‘୮୩’ରେ ଦୀପିକା କପିଲ ଦେବ (ରଣବୀର ସିଂ)ଙ୍କ ପତ୍ନୀ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୧୯୮୩ର ବିଶ୍ୱକପକୁ ନେଇ ଆଧାରିତ। କିଛିଦିନ ପୂର୍ବରୁ ରଣବୀର ଏବଂ ଦୀପିକା ଲଣ୍ଡନରେ ଏହାର ସୁଟିଂ ମଧ୍ୟ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.