ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ’ ଉପରେ ଲାଗିବନି ରହିତାଦେଶ

ଫିଲ୍ମ ନ୍ୟାୟ ଉପରେ ଲାଗିବନି ରହିତାଦେଶ। ସିନେମା ଉପରେ ରହିତାଦେଶକୁ ନେଇ ଆବେଦନକୁ ଦିଲ୍ଲୀ ହାଇକୋର୍ଟଙ୍କ ଅଗ୍ରାହ୍ୟ। ନ୍ୟାୟ ଉପରେ ରହିତାଦେଶ ପାଇଁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାପା କ୍ରିଷ୍ଣ କିଶୋର ସିଂ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ସୁଶାନ୍ତଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ରରେ ତାଙ୍କ ବ୍ୟକ୍ତିଗତ ତଥ୍ୟରୁ ଅନେକ ବ୍ୟକ୍ତି ଫାଇଦା ଉଠାଇବାକୁ ଚାହୁଁଥିବାରୁ ଏହା ଉପରେ ରହିତାଦେଶ ପାଇଁ ଆବେଦନ କରିଥିଲେ। ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ ନରୁଲା ମାମଲାର ଶୁଣାଣି କରି ଏହା ଉପରେ ରହିତାଦେଶକୁ ଅଗ୍ରାହ୍ୟ କରିଛନ୍ତି। ସୁଶାନ୍ତଙ୍କ ବ୍ୟକ୍ତିଗତ ଜୀବନୀକୁ ଦର୍ଶାଇ ତାଙ୍କ ପରିବାରର ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରାଯାଉଥିବା ଆବେଦନରେ ଦର୍ଶାଇଥିଲେ କ୍ରିଷ୍ଣ କିଶୋର ସିଂ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.