ବିଗବସ13 କୁ ଅଧାରୁ ଛାଡିପାରନ୍ତି ଦେବୋଲିନା, ଘରେ ହୋଇଥିବା ଏହି ଘଟଣା ହୋଇପାରେ କାରଣ

‘ବିଗବସ13’ରେ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଏକ ଟାସ୍କ ସମୟରେ ଆହତ ହୋଇଥିବା ଦେବୋଲିନା ବର୍ତ୍ତମାନ ଘରର ଅନ୍ୟ କୌଣସି ଟାସ୍କରେ ଅଂଶଗ୍ରହଣ କରିପାରୁନାହାନ୍ତି । ନିକଟରେ ଶୁଣିବାକୁ ମିଳୁଛି ଯେ ଦେବୋଲିନା ଶୋ କୁ ଅଧାରୁ ମଧ୍ୟ ଛାଡିଦେଇପାରନ୍ତି । ତେବେ ଚଳିତ ଥର ଦେବୋଲିନା ଘରୁ ବେଘର ହେବାପାଇଁ ନୋମିନେଟ ମଧ୍ୟ ହୋଇନାହାନ୍ତି ।

Devoleena Bhattacharjee

ବିଗବସ ସହ ଜଡିତ ଘର ଭିତରର ସୂଚନା ଦେଉଥିବା ‘ଦ ଖବରୀ’ ଟ୍ୱିଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଦେବୋଲିନାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଖରାପ ରହିଛି ଯେଉଁ କାରଣରୁ ଡାକ୍ତରମାନେ ତାଙ୍କୁ ବେଡରେଷ୍ଟ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେ ଏହି ସପ୍ତାହରେ କୌଣସି ବି ଟାସ୍କ କରିପାରିବେ ନାହିଁ । ଏପରିସ୍ଥଳେ ସେ ଘର ଛାଡିବାର ମଧ୍ୟ ସମ୍ଭାବନା ରହିଛି । ଯଦିଓ ଦେବୋଲିନା ଶୋ ଛାଡିବା ନେଇ ଚ୍ୟାନେଲ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ ।

Rashami Desai and Devoleena Bhattacharjee

ଏହାସହ ପଢନ୍ତୁ BiggBoss 13କୁ ଅଧାରୁ ଛାଡିପାରନ୍ତି ସଲମାନ ଖାନ

ସୂଚନା ଅନୂଯାୟୀ ଦେବୋଲିନାଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଛି । ଦେବୋଲିନାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ନେଇ ୨୬ତାରିଖରେ ଟେଲିକାଷ୍ଟ ହୋଇଥିବା ଶୋ ରେ ବିଗବସ ପକ୍ଷରୁ ସୂଚନା ଦିଆଯାଇଥିଲା । ଶୋରେ ଦେବୋଲିନା ଅଧିକ ସକ୍ରିୟ ଦେଖାଯାଉନଥିବା ବେଳେ ଆରାମ କରୁଥିବାର ମଧ୍ୟ ନଜରକୁ ଆସିଥିଲେ । ଶୋରେ ଦେବୋଲିନାଙ୍କ ସବୁଠାରୁ ଘନିଷ୍ଠ ବନ୍ଧୁ ରଶ୍ମି ଦେଶାଇ ଅଟନ୍ତି । ଏପରିସ୍ଥଳେ ଯଦି ଦେବୋଲିନା ଶୋ ରୁ ବାହାର ହେଉଛନ୍ତି ତାହେଲେ ସବୁଠାରୁ ବଡ଼ ଝଟକା ରଶ୍ମିଙ୍କୁ ହିଁ ଲାଗିବ । ୱିକେଣ୍ଡ କା ବାରରେ ଏହି ଦୁଇଜଣଙ୍କ ବନ୍ଧୁତାର ଝଲକ ଦେଖିବାକୁ ମିଳିଥିଲା ଯେତେବେଳେ ସଲମାନ ଦେବୋଲିନା ଓ ଆରତୀଙ୍କୁ ଘରଛାଡି ଯିବା ପାଇଁ କହିଥିଲେ । ସେହି ସମୟରେ ରଶ୍ମି ବହୁତ କାନ୍ଦିଥିଲେ ଓ ଦେବୋଲିନା ତାଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା ।

 

Devoleena Bhattacharjee

ଚଳିତ ସପ୍ତାହରେ ଘରୁ ବେଘର ହେବାପାଇଁ ଛଅଜଣ ଲୋକ ନୋମିନେଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଶେହେନାଜ, ଆରତୀ ସିଂ, ଶେଫାଲି ଜରିୱାଲା,ବିକାଶ(ଭାଓ), ପାରସ ଛାବଡ଼ା ଏବଂ ମାହିରା ଶର୍ମା । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ବିଗବସ ଘରୁ କିଏ ବେଘର ହେଉଛନ୍ତି ।

Leave A Reply

Your email address will not be published.