କେବଳ ତ୍ୱଚା ନୁହେଁ, ଘର ସଫା ପାଇଁ ମଧ୍ୟ ବ୍ୟବହାର କରନ୍ତୁ ଆଳୁ

ଆଳୁ ଏମିତି ଏକ ପରିବା, ଯାହା ଆମର ଅନେକ କାମରେ ଆସିଥାଏ। ବିଭିନ୍ନ ଉପାୟରେ ଆଳୁର ଉପଯୋଗ କରାଯାଇଥାଏ। ତ୍ୱଚା ସମସ୍ୟା ହେଉ କି କେଶ ସମସ୍ୟା, ଏ ସବୁକୁ ଦୂର କରିବାରେ ସାହାଯ୍ୟ କରିଥାଏ ଆଳୁ। କିନ୍ତୁ ଆପଣ ଜାଣିଛନ୍ତି କି, ଆଳୁକୁ ବି ଆମେ ଘର ସଫା କରିବାରେ ବ୍ୟବହାର କରିପାରିବା। ଆସନ୍ତୁ ଜାଣିବା ଏହାର ଉପାୟ।
ଏହାସହ ପଢ଼ନ୍ତୁ: ଛୋଟ ପିଲାଙ୍କ ତଣ୍ଟିରେ ଅଟକିଥିବା ପଇସା କିପରି କାଢିବେ, ଜାଣିରଖନ୍ତୁ ଘରୋଇ ଟିପ୍ସ
-ଯଦି କୌଣସି ଲୁହା ଜିନିଷ କିମ୍ବା ବାସନରେ ଜଙ୍କ୍ ଲାଗିଥାଏ, ତା’ହେଲେ ସେଥିରେ ଖଣ୍ଡିଏ ଆଳୁ ନେଇ ରଗଡ଼ି ଦିଅନ୍ତୁ। ଏହାଦ୍ୱାରା ଜଙ୍କ୍ ଛାଡ଼ିଯିବ। କାରଣ, ଆଳୁରେ ଅକ୍ସୋଲିକ୍ ଏସିଡ୍ ରହିଛି। ଏହା ସଙ୍ଗେ ସଙ୍ଗେ ଜଙ୍କ୍ ଛଡ଼ାଇବାରେ ସାହାଯ୍ୟ କରିଥାଏ।
-ଯଦି ମହିଳାମାନେ ଘରେ କାମ କରୁଥିବା ବେଳେ କାଚ ଭାଙ୍ଗିଯାଏ, ତା’ହେଲେ କାଚଖଣ୍ଡଗୁଡ଼ିକ ଏଠି ସେଠି ପଡ଼ିଥାଏ। ଏଥିରେ କାହାକୁ ଆଘାତ ଲାଗିବାର ମଧ୍ୟ ସମ୍ଭାବନା ଥାଏ। ଏଭଳି ସ୍ଥିିତିରେ ଆପଣ ଝାଡ଼ୁ ବଦଳରେ ଯଦି ଆଳୁ ବ୍ୟବହାର କରିବେ, ତା’ହେଲେ ଚଟାଣ ସହଜରେ ସଫା ହୋଇଯିବ। ଚଟାଣରେ ଆଳୁ ଖଣ୍ଡ ରଗଡ଼ିଲେ, କାଚଗୁଣ୍ଡ ଆଳୁରେ ଚାଲିଆସିବ। ଆଉ ଏହା ଗୋଡ଼ରେ ଲାଗିବାର ଡର ରହିବ ନାହିଁ।
ଏହାସହ ପଢ଼ନ୍ତୁ: ଘରର କେଉଁ ଦିଗରେ ଲଗାଇବେ କେଉଁ ପ୍ରକାର ତାଲା, ଜାଣନ୍ତୁ ଏ ସମ୍ପର୍କିତ ବାସ୍ତୁ ଟିପ୍ସ
-ଆଳୁରେ ବିଭିନ୍ନ ପ୍ରକାର ରାସାୟନିକ ରହିଥାଏ। ତେଣୁ ଏହାଦ୍ୱାରା ଚାନ୍ଦି ଏବଂ କଂସା ବାସନରେ ଜମିଥିବା ମଇଳା ସହଜରେ ଛାଡ଼ିଯାଏ। ପ୍ରଥମେ ଆଳୁକୁ ଛୋଟ ଛୋଟ କରି କାଟି ସିଝାଇ ଦିଅନ୍ତୁ। ପୁଣି ସେହି ପାଣିରେ ଚାନ୍ଦି ବାସନ କିମ୍ବା ଗହଣାକୁ ପକାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ଏହାପରେ ତାହାକୁ ବ୍ରଶରେ ସଫା କରିଦେଲେ ବାସନ ଏବଂ ଗହଣା ଚମକି ଉଠିବ।