ବଜାରରୁ ନ ଖାଇ ଏଣିକି ଘରେ ପ୍ରସ୍ତୁତ କରନ୍ତୁ ‘ଟେଷ୍ଟି ତନ୍ଦୁରି ମୋମୋଜ’

ବଜାର ଖାଦ୍ୟ ଭାବେ ଏବେ ମୋମୋଜର ଚାହିଦା ଖୁବ ବଢି ଯାଇଛି । ଅନ୍ୟ ଖାଦ୍ୟ ଅପେକ୍ଷା ମୋମୋଜ ଷ୍ଟଲ ପାଖରେ ଏବେ ଲୋକଙ୍କ ଭିଡ ଜମୁଥିବା ବେଶୀ ଦେଖାଯାଉଛି । ଛୋଟ ବଡ ସମସ୍ତଙ୍କର ଏହା ପ୍ରମୁଖ ସନ୍ଧ୍ୟା ଜଳଖିଆ ପାଲଟିଛି । କିନ୍ତୁ ବାହାର ମୋମୋଜ ଅପେକ୍ଷା ଘରେ ଏହାକୁ ପ୍ରସ୍ତୁତ କରି ଖାଇଲେ ଶରୀର ପାଇଁ ମଧ୍ୟ ଭଲ ହୋଇଥାଏ । ତେଣୁ ଆଜି ଆସନ୍ତୁ ତନ୍ଦୁରି ମୋମୋଜର ପ୍ରସ୍ତୁତି ବିଷୟରେ ଜାଣିବା ।

ଆବଶ୍ୟକୀୟ ସାମଗ୍ରୀ:

ମଇଦା- ଗୋଟେ କପ
ବନ୍ଧା କୋବି – ୨ କପ (କଟା ଯାଇଥିବା)
ଗାଜର- ଅଧକପ
ସିମ୍ଲା ଲଙ୍କା- ଅଧା କପ
ଧନିଆ ପତ୍ର- ଅଳ୍ପ କିଛି
ତେଲ
କଞ୍ଚା ଲଙ୍କା- କିଛି
ଅଦା – ଏକ ଇଞ୍ଚ
ସ୍ୱାଦ ଅନୁଯାୟୀ ଲୁଣ

tandoori momos

ତନ୍ଦୁର କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ:

ଦହି-ଅଧା କପ
ବେସନ- ୨ ଚାମଚ
ହଳଦୀ ଗୁଣ୍ଡ -ଗୋଟେ ଚାମଚ
ଧନିଆ ଗୁଣ୍ଡ- ଗୋଟେ ଚାମଚ
ଗରମ ମସଲା- ଅଳ୍ପ କିଛି
ଲହୁଣୀ- ଏକ ରୁ ଦୁଇ ଚାମଚ

ଏହା ସହ ପଢନ୍ତୁ: ରୁଟି ଖାଇବା ସମୟରେ କେବେ ବି କରନ୍ତୁ ନାହିଁ ଏହି ଦୁଇଟି ଭୁଲ୍‌, ନଚେତ୍‌ ହୋଇଯିବେ ଦୁର୍ବଳ

ପ୍ରସ୍ତୁତି ପ୍ରଣାଳୀ:

ସର୍ବ ପ୍ରଥମେ ଏକ ପାତ୍ରରେ ମଇଦା, ତେଲ ଓ ପାଣିକୁ ଭଲ ଭାବେ ମିକସ କରି ଏକ ଗୋଳା ପ୍ରସ୍ତୁତ କରନ୍ତୁ । ଏହାକୁ ପ୍ରାୟ ଅଧ ଘଣ୍ଟା ପାଇଁ ଛାଡି ଦିଅନ୍ତୁ । ଏବେ କଟାଯାଇଥିବା ବନ୍ଧା କୋବି, ଗାଜର, ସିମ୍ଲା ଲଙ୍କା, ଅଦାରେ କଞ୍ଚା ଲଙ୍କା ଓ ଲୁଣ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏବେ ଅଟା ଗୋଳାରେ ଛୋଟ ଛୋଟ ରୁଟି ପ୍ରସ୍ତୁତ କରନ୍ତୁ । ପରିବା ମିଶ୍ରଣକୁ ସେଥିରେ ଭର୍ତ୍ତି କରି ଭଲ କରି ବନ୍ଦ କରି ଦିଅନ୍ତୁ । ଏବେ ଅନ୍ୟ ଏକ ପାତ୍ରରେ ଦହି ଓ ବେସନର ଏକ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ । ସେଥିରେ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ଓ ଲହୁଣୀ, ଗରମ ମସଲା ଭଲଭାବେ ମିକ୍ସ କରିଦିଅନ୍ତୁ । ଏବେ ଗୋଟେ ଗୋଟେ କରି ପ୍ରସ୍ତୁତ ହୋଇଥିବା ମୋମୋଜକୁ ବୁଡାଇ ଦିଅନ୍ତୁ । ଏବେ ଏହାକୁ ଗୋଟେ ଗୋଟେ କରି ତନ୍ଦୁରି ଚୁଲାରେ ଗୋଲଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ସେକି ଦିଅନ୍ତୁ । ଏବେ ସସ କିମ୍ବା ଚଟଣି ସହ ଗରମ ଗରମ ପରସନ୍ତୁ ଟେଷ୍ଟି ତନ୍ଦୁରି ମୋମୋଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.