Below header

ଏହି ୬ଟି ସହଜ ତରିକା ଆପଣାଇ ଜିତନ୍ତୁ ନିଜ ପାର୍ଟନରଙ୍କ ହୃଦୟ

ସମସ୍ତଙ୍କ ଜୀବନରେ ପ୍ରେମ ଏକ ସୁନ୍ଦର ଅନୁଭବ ହୋଇଥାଏ। ଆଉ ଏହି ସୁନ୍ଦର ଅନୁଭବ ସବୁ ସମ୍ପର୍କକୁ ଖାସ୍‌ କରିଦେଇଥାଏ। କୌଣସି ବି ସମ୍ପର୍କ ବିଶ୍ୱାସ ଉପରେ ତିଷ୍ଠିଥାଏ। ଯଦି ସମ୍ପର୍କରେ ଛୋଟ ଛୋଟ ସମସ୍ୟା ରୁହେ, ତା’ହେଲେ କପଲ୍ସ ଜଣେ ଜଣଙ୍କ ଉପରେ ଦୋଷ ଲଦି ଦିଅନ୍ତି। ପ୍ରେମ ଏମିତି ଏକ ଶକ୍ତି, ଯଦ୍ଦ୍ଵାରା ମଣିଷ ବଡ଼ରୁ ବଡ଼ ଯୁଦ୍ଧକୁ ବି ସହଜରେ ଜିତିପାରିଥାଏ। ଆପଣ ବି ଯଦି ଆପଣଙ୍କ ପାର୍ଟନରଙ୍କ ହୃଦୟ ଜିତିବାକୁ ଚାହୁଁଛନ୍ତି, ତା’ହେଲେ ଏହି ଟିପ୍ସର ସାହାଯ୍ୟ ନିଅନ୍ତୁ।

-ପରସ୍ପରକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କ ପାର୍ଟନର ଯାହା ବି କଥା ହେବାକୁ ଚାହୁଁଛନ୍ତି, ତାହାକୁ ପୂରା କରିବାକୁ ଦିଅନ୍ତୁ। ଯଦି ଆପଣ ତାଙ୍କ କଥାରେ ସହମତି ନାହାନ୍ତି, ତା’ହେଲେ ତାଙ୍କୁ ପ୍ରେମର ସହ ବୁଝାନ୍ତୁ।

love11

ଏହାସହ ପଢ଼ନ୍ତୁ: ସବୁଦିନ ରାତିରେ ଶୋଇବା ପୂର୍ବରୁ ରୁମ୍‌ରେ ଜଳାନ୍ତୁ ଗୋଟିଏ ତେଜପତ୍ର, ମିଳିବ ଅନେକ ଫାଇଦା

-ସବୁବେଳେ ନିଜ ପାର୍ଟନରଙ୍କ ପସନ୍ଦ ଉପରେ ଧ୍ୟାନ ରଖନ୍ତୁ। ଯେପରି ତାଙ୍କୁ କେଉଁ ରଙ୍ଗ କେଉଁ ଖାଦ୍ୟ ପସନ୍ଦ, ନାପସନ୍ଦ ଆଦି। ଏଥିପାଇଁ ଆପଣଙ୍କୁ ତାଙ୍କ ମନପସନ୍ଦର କପଡ଼ା ପିନ୍ଧିବାକୁ ପଡ଼ିବ। ଆପଣ ସେହି ପିନ୍ଧି ଏମିତି ସୁନ୍ଦର ଦେଖାଯାଆନ୍ତୁ ଯେ, ଯେପରି ସେ ଆପଣଙ୍କ ତାରିଫ୍‌ ନ କରି ରହିପାରିବେ ନାହିଁ।

-ପାର୍ଟନରଙ୍କୁ ଖୁସି କରିବା ପାଇଁ ରୁମ୍‌କୁ ଖୁବ୍‌ ସୁନ୍ଦର ଭାବେ ସଜାନ୍ତୁ।

lov33

-ରାତିରେ ତାଙ୍କୁ ମୁଡ୍‌ ଟର୍ନ ଅନ୍‌ କରିବା ପାଇଁ କିଛି ସେକ୍ସିବାଲା ସରପ୍ରାଇଜ୍‌ ଦିଅନ୍ତୁ। ଏମିତି କାମ କରନ୍ତୁ, ଯେପରି ଆପଣଙ୍କ ପାର୍ଟନରଙ୍କ ଚେହେରାରେ ହସ ଫୁଟି ଉଠିବ।

ଏହାସହ ପଢ଼ନ୍ତୁ: କେବଳ ତ୍ୱଚା ନୁହେଁ, ଘର ସଫା ପାଇଁ ମଧ୍ୟ ବ୍ୟବହାର କରନ୍ତୁ ଆଳୁ

-କେବେ କେବେ ନିଜ ପାର୍ଟନରଙ୍କ ସହ ବାହାରକୁ ଶପିଂ କରିବାକୁ ଯାଆନ୍ତୁ। ଏହାଦ୍ୱାରା ଆପଣ ଦୁଇଜଣଙ୍କ ମୁଡ୍‌ ଠିକ୍‌ ରହିବ ଏବଂ ପରସ୍ପର ମଧ୍ୟରେ ପ୍ରେମ ଆହୁରି ବଢ଼ିଯିବ।

-ପରସ୍ପରକୁ ସମୟ ଦେବା ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। ତେଣୁ ଆପଣ ପାର୍ଟନରଙ୍କ ପାଇଁ ନିହାତି ସମୟ ବାହାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.