ରିଲିଜ୍‌ ହେଲା ‘ଦିଲ ବେଚାରା’ର ଟାଇଟଲ ଗୀତ, ମାଇକେଲ ଜ୍ୟାକସନ୍‌ଙ୍କ ଭଳି ଅବିକଳ ଡ୍ୟାନ୍ସ କରୁଥିବା ନଜର ଆସିଲେ ସୁଶାନ୍ତ ସିଂହ ରାଜପୁତ, ଦେଖନ୍ତୁ ଭିଡିଓ

ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ଦିଲ ବେଚାରାର ଟାଇଟଲ୍‌ ଗୀତ ‘ଦିଲ ବେଚାରା’ ଆଜି ରିଲିଜ ହୋଇଛି। ଏହି ଗୀତରେ ସୁଶାନ୍ତ ଜବରଦସ୍ତ ଅନ୍ଦାଜରେ ନଜର ଆସିଛନ୍ତି। ଗୀତରେ ସୁଶାନ୍ତଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହି ଗୀତରେ ସେ ମାଇକେଲ ଜ୍ୟାକସନ୍‌ଙ୍କ ଭଳି ଡ୍ୟାନ୍ସ ଷ୍ଟେପ୍‌ କରିଛନ୍ତି। ଏହି ଗୀତକୁ ଏଆର ରହମାନ୍‌ ସ୍ୱରରେ ସଜାଇଥିବା ଜଣାଯାଇଛି।

ଦେଖନ୍ତୁ ଭିଡିଓ:

Video Courtesy: Sony music india

ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ଏହି ଶେଷ ଫିଲ୍ମର ଟ୍ରେଲର ଫିଲ୍ମ ଜଗତର ସବୁ ଟ୍ରେଲର ରେକର୍ଡ ଭାଙ୍ଗିଛି। ୟୁଟ୍ୟୁବ୍‌ରେ ସବୁଠାରୁ ଅଧିକ ଥର ଏହି ଟ୍ରେଲରକୁ ଦେଖାଯାଇଛି। କେବଳ ବଲିଉଡ୍‌ ନୁହେଁ ହଲିଉଡ୍‌ର ରେକର୍ଡକୁ ବି ଏହି ଟ୍ରେଲର କାଟିଛି। ଜୁଲାଇ ୬ରେ ରିଲିଜ୍‌ ହୋଇଥିବା ଏହି ଟ୍ରେଲରକୁ ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ କରିଛନ୍ତି।

Dil Bechara

ଦିଲ ବେଚାରା ଫିଲ୍ମ ‘ଦ ଫଲ୍ଟ ଇନ୍‌ ଓ୍ଵାନ୍‌ ଷ୍ଟାର’ର ହିନ୍ଦୀ ରିମେକ୍‌। ୨୦୧୮ରେ ଫକ୍ସ ଷ୍ଟୁଡିଓ ଏହି ଫିଲ୍ମର କପି ରାଇଟ୍‌ କିଣିଥିଲା। ୨୦୧୪ ମସିହାରେ ଏହି ହଲିଉଡ୍‌ ଫିଲ୍ମ ରିଲିଜ୍‌ ହୋଇଥିଲା। ଫିଲ୍ମଟି ୨୦୧୨ରେ ଉନ୍ମୋଚିତ ହୋଇଥିବା ଆଇ ନୋବେଲ ଉପରେ ଆଧାରିତ। ଫିଲ୍ମର କାହାଣୀ ଥାଇରଏଡ୍‌ କ୍ୟାନସରରେ ପୀଡ଼ିତ ଜଣେ ଟିନ୍‌ଏଜର ଝିଅ ଉପରେ ପର୍ଯ୍ୟବେସିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.