ରିଲିଜ୍‌ ହେଲା ‘ଦିଲ ବେଚାରା’ ଗୀତର ଟିଜର, ସୁଶାନ୍ତଙ୍କ ନଟ୍‌ଖଟ୍‌ ଅନ୍ଦାଜକୁ ପସନ୍ଦ କରୁଛନ୍ତି ଫ୍ୟାନ୍‌

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମର ଟାଇଟଲ୍‌ ଗୀତ ‘ଦିଲ ବେଚାରା’ର ଟିଜର ରିଲିଜ ହୋଇଛି। ଏହି ଗୀତରେ ସୁଶାନ୍ତ ଜବରଦସ୍ତ ଅନ୍ଦାଜରେ ନଜର ଆସିଛନ୍ତି। ସୁଶାନ୍ତଙ୍କର ଏହି ନଟ୍‌ଖଟ୍‌ ଅନ୍ଦାଜ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଟିଜରରେ ସୁଶାନ୍ତ ଗୀତର କେତେକ ଷ୍ଟେପ୍‌ କରି ଶେଷରେ ହସିଥିବା ଦେଖାଯାଇଛି। ତେବେ ପୂରା ଗୀତଟି ଆଜି ରିଲିଜ୍‌ ହେବ। ଏହି ଗୀତରେ ଏଆର ରହମାନ୍‌ଙ୍କ ଯାଦୁ ମଧ୍ୟ ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ଏହି ଶେଷ ଫିଲ୍ମର ଟ୍ରେଲର ଫିଲ୍ମ ଜଗତର ସବୁ ଟ୍ରେଲର ରେକର୍ଡ ଭାଙ୍ଗିଛି। ୟୁଟ୍ୟୁବ୍‌ରେ ସବୁଠାରୁ ଅଧିକ ଥର ଏହି ଟ୍ରେଲରକୁ ଦେଖାଯାଇଛି। କେବଳ ବଲିଉଡ୍‌ ନୁହେଁ ହଲିଉଡ୍‌ର ରେକର୍ଡକୁ ବି ଏହି ଟ୍ରେଲର କାଟିଛି। ଜୁଲାଇ ୬ରେ ରିଲିଜ୍‌ ହୋଇଥିବା ଏହି ଟ୍ରେଲରକୁ ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ କରିଛନ୍ତି।

Dil Bechara title track teaser out: Sushant Singh Rajput's last ...

ଦିଲ ବେଚାରା ଫିଲ୍ମ ‘ଦ ଫଲ୍ଟ ଇନ୍‌ ଓ୍ଵାନ୍‌ ଷ୍ଟାର’ର ହିନ୍ଦୀ ରିମେକ୍‌। ୨୦୧୮ରେ ଫକ୍ସ ଷ୍ଟୁଡିଓ ଏହି ଫିଲ୍ମର କପି ରାଇଟ୍‌ କିଣିଥିଲା। ୨୦୧୪ ମସିହାରେ ଏହି ହଲିଉଡ୍‌ ଫିଲ୍ମ ରିଲିଜ୍‌ ହୋଇଥିଲା। ଫିଲ୍ମଟି ୨୦୧୨ରେ ଉନ୍ମୋଚିତ ହୋଇଥିବା ଆଇ ନୋବେଲ ଉପରେ ଆଧାରିତ। ଫିଲ୍ମର କାହାଣୀ ଥାଇରଏଡ୍‌ କ୍ୟାନସରରେ ପୀଡ଼ିତ ଜଣେ ଟିନ୍‌ଏଜର ଝିଅ ଉପରେ ପର୍ଯ୍ୟବେସିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.