ବ୍ୟାଚ୍‌ଲର ପାର୍ଟି କଲେ ଦିଶା ପରମାର, ରାହୁଲ ବୈଦ୍ୟଙ୍କ ଭାବି ପତ୍ନୀଙ୍କ ମସ୍ତିଭରା ଫଟୋ ଭାଇରାଲ

ଟିଭିର ଜଣାଶୁଣା ଅଭିନେତ୍ରୀ ଦିଶା ପରମାର ଖୁବ୍‌ଶୀଘ୍ର କଣ୍ଠଶିଳ୍ପୀ ରାହୁଲ ବୈଦ୍ୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏଣୁ ବିବାହ ପୂର୍ବରୁ ସେ ବ୍ୟାଚଲର ପାର୍ଟି ଆୟୋଜନ କରିଛନ୍ତି। ବ୍ୟାଚଲର ପାର୍ଟିରେ ସେ ସାଙ୍ଗସାଥୀଙ୍କ ସହ ଖୁବ୍‌ ମଜା କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ଦିଶା ଡ୍ୟାନ୍ସ ପ୍ରାକ୍ଟିସ୍‌ କରୁଥିବା ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ।

ଦିଶା ପରମାର ନିଜ ଗାର୍ଲ ଗ୍ୟାଙ୍ଗ୍‌ଙ୍କ ସହ ବ୍ରାଇଡଲ ଶାଓ୍ଵାରା ପାର୍ଟି ଖୁବ୍‌ ଏନ୍‌ଜୟ କରିଛନ୍ତି। ଘରେ ବ୍ରାଇଡାଲ ଶାଓ୍ଵାର ପାର୍ଟି ପାଇଁ ଦିଶା ନିଜ ସାଙ୍ଗମାନଙ୍କୁ ଧନ୍ୟବାଦ ଦେଇ କିଛି ଫଟୋ ସେୟାର କରିଛନ୍ତି। ଫଟୋର କ୍ୟାପସନ୍‌ରେ ସେ ଲେଖିଛନ୍ତି ‘ଲଭ୍‌ ୟୁ ଗାର୍ଲସ’।

 

View this post on Instagram

 

A post shared by DP (@dishaparmar)

ବିଗ୍‌ବସ୍‌ ୧୪ ଫେମ୍‌ ରାହୁଲ ବୈଦ୍ୟ ଗାର୍ଲଫ୍ରେଣ୍ଡ ଦିଶା ପରମାରଙ୍କ ସହ ୧୬ ଜୁଲାଇରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏଣୁ ତାଙ୍କ ସାଙ୍ଗମାନେ ଏକ ପ୍ରି େଓ୍ଵଡିଂ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିର ଫଟୋକୁ ଦିଶା ଓ ତାଙ୍କ ସାଙ୍ଗମାନେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।