ଆମାଜନ ଇଣ୍ଡିଆରେ ଆରମ୍ଭ ହେଲା “ଆପଲ ଇଣ୍ଡିଆ ଡେଜ” ସେଲ, iPhone 12ରେ ୯ ହଜାର ଟଙ୍କା ପର୍ଯ୍ୟନ୍ତର ରିହାତି

ଆମାଜନ ଇଣ୍ଡିଆରେ “ଆପଲ ଇଣ୍ଡିଆ ଡେଜ” ସେଲ ଆରମ୍ଭ ହୋଇଯାଇଛି । ଏହି ସେଲରେ ଆପଲର ପ୍ରଡକ୍ଟ ଗୁଡିକ ଉପରେ ଏକ ବଡଧରଣର ରିହାତି ମିଳୁଛି । ସବୁଠୁ ଅଧିକ ରିହାତି iPhone 12 ଉପରେ ମିଳୁଥିବା ଜଣାଯାଇଛି । ଆମଜାନର ଏହି ସେଲରେ ଆଇଫୋନ 12 କୁ ୯ ହଜାର ଟଙ୍କା ପର୍ଯ୍ୟନ୍ତର ଡ଼ିସକାଉଣ୍ଟ ସହ କିଣାଯାଇ ପାରିବ । ଏହି ଡ଼ିସକାଉଣ୍ଟ ପରେ iPhone 12ର ମୂଲ୍ୟ ୭୦ ହଜାର ୯୦୦ ଟଙ୍କା ହେବ ବୋଲି ଜଣାଯାଇଛି । ଆମାଜନର ଏହି ସେଲରେ ଆଇଫୋନ 12 ସିରିଜ, ଆଇଫୋନ 11 ପ୍ର, i Pad mini ସମେତ MacBook Proରେ ବି ରିହାତି ମିଳିବ । ଏହି ସେଲ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

ଆଇଫୋନ13 ଲଞ୍ଚ ହେବାର ଦୁଇ ମାସ ପୂର୍ବରୁ iPhone 12ର ମୂଲ୍ୟ ୯ ହଜାର ଟଙ୍କା କମି ଯାଇଥିଲା । ସାଧାରଣତଃ ପ୍ରତିବର୍ଷ ନୂଆ ମଡେଲ ଲଞ୍ଚ ହେବା ପୂର୍ବରୁ ହିଁ ଆପଲ ନିଜ ପୁରୁଣା ମଡେଲର ମୂଲ୍ୟ କମାଇ ଦେଇଥାଏ । ଆମଜନ ଇଣ୍ଡିଆର ଏହି ସେଲରେ ଆପଲ ୱାଚ ସିରିଜ 3କୁ ୨୨ ହଜାର ୯୯୦ ଟଙ୍କାରେ କିଣାଯାଇ ପାରିବ । ଯଦି ଆପଣ HDFC ବ୍ୟାଙ୍କ କ୍ରେଡିଟ କାର୍ଡ଼ରେ କିଣୁଛନ୍ତି ତ ଆପଣଙ୍କୁ ୬ ହଜାର ଟଙ୍କା ପର୍ଯ୍ୟନ୍ତର ରିହାତି ମିଳିବ । ଆଇଫୋନ 11 ପ୍ରର ୬୪ ଜିବି ସିଲଭର ମଡେଲ ୮୯ ହଜାର ୮୯୯ ଟଙ୍କାରେ ବଜାରରେ ଉପଲବ୍ଧ ହେବ ।

କହିରଖିବା ଉଚିତ ହେବକି ସେପ୍ଟେମ୍ବରରେ ଆପଲ ଆଇଫୋନ 13 ସିରିଜ ଲଞ୍ଚ କରାଯିବା ନେଇ ସ୍ଥିର ହୋଇଛି । Apple ନିଜ ନୂଆ ଆଇଫୋନ13 ସିରିଜକୁ ସେପ୍ଟେମ୍ବର ୧୪ ତାରିଖରେ ବଜାରକୁ ଆଣିବା ନେଇ ସ୍ଥିର କରିଛି । କିନ୍ତୁ ଅଫିସିଆଲ ଭାବରେ ଏମିତି କିଛି ଘୋଷଣା କରାଯାଇନାହିଁ । ଆଇଫୋନ13ର କିଛି ଫିଚର ପୂର୍ବରୁ ଲିକ ହୋଇଥିଲା । ଆପଣଙ୍କୁ କହିରଖିବା ଉଚିତ ହେବକି iPhone 12କୁ ୱୟର ଲେସ ଚାରଜିଙ୍ଗ ପ୍ୟାଡ଼ ସହ ଲଞ୍ଚ କରାଯାଇଛି । ଯେଉଁଥିରେ MagSafe ଟେକ୍ନୋଲୋଜିର ବ୍ୟବହାର ହୋଇଛି । ଚାରଜିଙ୍ଗ ପ୍ୟାଡ଼ ସହ ୧୫W ର ୱୟରଲେସ ଫାଷ୍ଟ ଚାରଜିଙ୍ଗ ସପୋର୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.