ଭାବରେ ଡାକିଲେ ସବୁଠି ଯିବି, ରଥ ବଦଳରେ କାରରେ ମାଉସୀ ମା’ ମନ୍ଦିର ଗଲେ ଭାବଗ୍ରାହୀ

ବାଲେଶ୍ବର(କେନ୍ୟୁଜ୍):  ଭାବବିନୋଦିଆ ପାଇଁ ଲୋଡ଼ା ନାହିଁ କୌଣସି ବଡ଼ ଆୟୋଜନ। ଭାବ ଥିଲେ ସେ ବାଲି ରଥରେ ବି ବିଜେ କରିପାରେ। ଏହିଭଳି ଏକ ଭାବପୂର୍ଣ୍ଣ ରଥାଯାତ୍ରା ଅନୁଷ୍ଠିତ ହୋଇଛି ବାଲେଶ୍ବର ସହରର ପୋଲିସ କଲୋନୀରେ । କରୋନା କଟକଣା ପାଇଁ ପୁରୀ ବ୍ୟତିତ ରାଜ୍ୟର କୌଣସି ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଉପରେ କଟକଣା ଲଗାଯାଇଥିଲା।

ଯେଉଁଥିପାଇଁ ଅନେକ ଜାଗାରେ ଜଗନ୍ନାଥ ଭକ୍ତମାନେ ନିରାଶ ହୋଇଛନ୍ତି । କିନ୍ତୁ ଏକ ଅଭିନବ ଉପାୟରେ ବାଲେଶ୍ବର ପୋଲିସ କଲୋନୀର ପାଳିତ ହୋଇଛି ରଥଯାତ୍ରା। ସୁସଜ୍ଜିତ କାରରେ ଶ୍ରୀ ବିଗ୍ରହଙ୍କୁ  ବସାଇ ମାଉସୀ ମା’ ଘରକୁ ନେଇଥିଲେ ଶ୍ରଦ୍ଧାଳୁ। ପ୍ରଥମ କରି ଏଭଳି ଦୃଶ୍ୟ ଦେଖି ଜଗନ୍ନାଥ ପ୍ରେମୀମାନେ ଭକ୍ତିରେ ଗଦଗଦ୍ ହୋଇ ଉଠିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.