Below header

ରୁଷ ସୈନିକ ସ୍କୁଲରେ ଗାନ ହେଉଛି ‘ଏ ଓ୍ଵତନ୍‌ ଏ ଓ୍ଵତନ୍‌’, ଭିଡିଓ ସେୟାର କଲେ ଅନୁପମ ଖେର

ଦେଶପ୍ରେମୀ ସଙ୍ଗୀତ କାହାକୁ ବା ପସନ୍ଦ ନୁହେଁ। ଏହି ଦେଶ ଭକ୍ତି ଗୀତ ଶୁଣିଲେ ଦେଶମାତୃକା ପ୍ରତି ଭଲ ପାଇବା ଆପଣା ଛାଏଁ ମନରେ ଜାଗ୍ରତ ହୋଇଥାଏ। ଏହା ଦେଶ ପ୍ରତି ମନରେ ଥିବା ଭଲ ପାଇବାକୁ ପରିପ୍ରକାଶ କରେ। ତେବେ ଭାରତୀୟ ଫିଲ୍ମର ଦେଶ ଭକ୍ତି ଗୀତ ଏବେ ସୀମା ଡେଇଁ ବିଦେଶରେ ଭାରତର ନାଁ ଉଜ୍ଜଳ କରିଲାଣି। ନିକଟରେ କେଶରିଆ ଫିଲ୍ମ ଗୀତ ‘ତେରି ମିଟିମେ ମିଲଯାଉଁ…’ ବେଲୁଚିସ୍ତାନରେ ଅତି ସମ୍ମାନର ସହ ଗାନ କରାଯାଇଥିଲା। ତେବେ ବର୍ତ୍ତମାନ ଶହୀଦ ଫିଲ୍ମର ଗୀତ ‘ଏ ବତନ ଏ ବତନ…’ ସୈନିକ ସ୍କୁଲରେ ବାଜିଛି। ଦେଶ ଭକ୍ତି ଗୀତ ଶୁଣି ଲୋକମାନେ ରୋମାଞ୍ଚିତ ହୋଇ ଉଠିଛନ୍ତି।

ଏହି ଭିଡିଓକୁ ବରିଷ୍ଠ ଅଭିନେତା ଅନୁପମ ଖେର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଭିଡିଓ ଦେଖିବା ପରେ ଲୋକମାନଙ୍କ ମନରେ ଦେଶ ଭକ୍ତି ଉଦ୍ରେକ ହୋଇ ଉଠିଛି ଓ ପୁଣିଥରେ ରୁଷ ଭାରତର ସବୁଠୁ ଭଲ ବନ୍ଧୁ ବୋଲି ପ୍ରମାଣିତ ହୋଇଛି।

 

View this post on Instagram

 

A post shared by Anupam Kher (@anupampkher)

ଭିଡିଓ ସେୟାର କରି ଅନୁପମ ଲେଖିଛନ୍ତି-ଶହୀଦ ଫିଲ୍ମର ଏହି ଗୀତ ମୋର ସବୁଠୁ ପ୍ରିୟ ଦେଶଭକ୍ତି ଗୀତ। ରୁଷର ସୈନିକ ସ୍କୁଲରେ କ୍ୟାଡେଟ୍‌ଙ୍କୁ ସକାଳେ ଏହି ଗୀତ ଶୁଣାଯାଏ ଶୁଣି ଅତି ରୋମାଞ୍ଚିତ ହେଲି। ଜୟ ହୋ…ଜୟ ହିନ୍ଦ୍‌।

ଏହି ଭିଡିଓକୁ ସମସ୍ତେ ଖୁବ୍‌ ପସନ୍ଦ କରୁଛନ୍ତି ଓ ଏବେ ଯାଏଁ ୧୨ ଲକ୍ଷରୁ ଅଧିକ ଲାଇକ୍‌ ମିଳିସାରିଲାଣି। ଏହି ଭିଡିଓରେ ଲୋକମାନେ ମଧ୍ୟ ଖୁବ୍‌ କମେଣ୍ଟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.