Below header

ଧୋକେବାଜ୍‌ ବୟଫ୍ରେଣ୍ଡ ପାଖକୁ ପାର୍ସଲରେ ଚାପୁଡ଼ା ପଠାଇଲେ ଯୁବତୀ, ଡେଲିଭରି ବୟ ଦେଇଦେଲା ଗାଲରେ; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ମଜାଳିଆ ଭିଡିଓ ସେୟାର କରାଯାଏ, ଯାହା ୟୁଜର୍ସଙ୍କୁ ହସର ଖୋରାକ୍‌ ଯୋଗାଏ। ଏହି ଭିଡିଓଗୁଡ଼ିକ ଏତେ ମଜାଦାର ହୋଇଥାଏ ଯେ ଆପଣ ଯେତେ ଥର ଦେଖିବେ ସେତେ ଥର ହସିବେ। ସେଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଧୁମ୍‌ ମଚାଇଛି।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ ଜଣେ ପାର୍ସଲବାଲା ଠିଆ ହୋଇଛନ୍ତି। ତାଙ୍କଠାରୁ ପାର୍ସଲ ନେବା ପାଇଁ ଜଣେ ଯୁବକ ବି ଠିଆ ହୋଇଛନ୍ତି। ପାର୍ସଲବାଲା ଦୀର୍ଘ ସମୟ ଧରି ପାର୍ସଲ ଡିଟେଲ୍ସ ଚେକ୍‌ କରୁଛନ୍ତି। ତା’ ପରେ ପାର୍ସଲ ନେବାକୁ ଆସିଥିବା ଯୁବକଙ୍କ ନିକଟକୁ ଯାଇ ତାଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରୁଛନ୍ତି। ହଠାତ୍‌ କ’ଣ ହେଉଛି ତାହା ମାଡ଼ ଖାଉଥିବା ଯୁବକ ବୁଝିପାରୁନାହାନ୍ତି।

ବ୍ୟାକ୍‌ଗ୍ରାଉଣ୍ଡରୁ ଲୋକେ ହସୁଥିବା ଶବ୍ଦ ଶୁଣାଯାଉଛି ଓ ଚାପୁଡ଼ା ଖାଇବା ବ୍ୟକ୍ତି ଗାଲ ଆଉଁସୁଛନ୍ତି। ପରେ ଡେଲିଭରି ବୟ କହୁଛନ୍ତି, ସେ ସବୁ ପ୍ରକାରର ପାର୍ସଲ ଡେଲିଭରି କରିଥାନ୍ତି। ଏହି ମଜାଦାର ଭିଡିଓକୁ ଆଇପିଏସ୍‌ ରୁପିନ୍‌ ଶର୍ମା ସେୟାର କରିଛନ୍ତି।

ଦେଖନ୍ତୁ ଭିଡିଓ:

ଖବର ଲେଖା ହେବା ଯାଏଁ ଭିଡିଓକୁ ୧.୪ ହଜାର ଥର ଦେଖାସରିଲାଣି। ଭିଡିଓ ଦେଖି ଲୋକେ ଖୁବ୍‌ ମଜାଳିଆ କମେଣ୍ଟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.