Below header

ପୁଣି ବ୍ଲାକ୍‌ ବିକିନୀରେ ସମସ୍ତଙ୍କୁ ଦିଓ୍ଵାନା କଲେ ଦିଶା, ନିଜକୁ ରୋକିପାରିଲେନି ଟାଇଗରଙ୍କ ଭଉଣୀ ଦେଲେ ଏଭଳି କମେଣ୍ଟ

ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ସବୁବେଳେ ନିଜର ବିକିନୀ ଫଟୋକୁ ନେଇ ଚର୍ଚ୍ଚାରେ ଥାନ୍ତି। ପୁଣି ଥରେ ତାଙ୍କର ଏକ ବିକିନୀ ଫଟୋ ସୋସିଆଲ ମିଡଆର ଘୂରି ବୁଲୁଛି। ଯେଉଁଥିରେ ଦିଶା ବ୍ଲାକ ରଙ୍ଗର ଏକ ବିକିନୀ ପିନ୍ଧିଥିବା ନଜର ଆସିଛନ୍ତି।

dissa

ଏହି ଫଟୋରେ ଦିଶା କଳା ରଙ୍ଗର ବିକିନୀ ପିନ୍ଧି ସୁଇମିଂ ପୁଲ ନିକଟରେ ବସି ରିଲାକ୍ସ କରୁଥିବାର ନଜର ଆସିଛନ୍ତି। ତାଙ୍କର ଏହି ଅନ୍ଦାଜ ଦେଖି କିଏ ବି ଦିଓ୍ଵାନା ହୋଇଯିବ। ତାଙ୍କର ଏପରି ଅନ୍ଦାଜ ଦେଖି କେବଳ ପ୍ରଶଂସକ ନୁହେଁ ବରଂ ପୂର୍ବତନ ପ୍ରେମିକ ଟାଇଗର ଶ୍ରଫଙ୍କ ଭଉଣୀ କମେଣ୍ଟ ଦେବାରୁ ନିଜକୁ ରୋକି ପାରିନାହାନ୍ତି। ଏହି ଫଟୋରେ ଟାଇଗରଙ୍କ ଭଉଣୀ କ୍ରିଷ୍ଣା ଲେଖିଛନ୍ତି ‘Damn’ । କ୍ରିଷ୍ଣା ମଧ୍ୟ ଦିଶାଙ୍କ ଏପରି ଅନ୍ଦାଜରେ ଫିଦା ହୋଇପଡିଛନ୍ତି। ଏହି ଫଟୋରେ କିଏ ଦିଶାକୁ ହଟ୍‌, ତ କିଏ ସୁନ୍ଦର ବୋଲି କମେଣ୍ଟ ଦେଇଛନ୍ତି।

ଏହାସହ ପଢ଼ନ୍ତୁ ; ରାନୁ ମଣ୍ଡଳ ପରେ ଟ୍ରୋଲ ହେଲେ ମଲାଇକା, ୟୁଜରର୍ସ ଦେଲେ ଏଭଳି କମେଣ୍ଟ

disha 1

ସୂଚନାଯୋଗ୍ୟ, ଦିଶା ଏବେ ଥାଇଲାଣ୍ଡରେ ଛୁଟି କଟାଉଛନ୍ତି। ଏହା ପୂର୍ବରୁ ଦିଶା ଏକ ବୌଦ୍ଧ ମନ୍ଦିରରେ ବସିଥିବା ଫଟୋ ସେୟାର କରିଥିଲେ। ଯେଉଁଥିରେ ଦିଶା ଏକ ହଳଦିଆ ରଙ୍ଗର କ୍ରପ ଟପ୍‌ ସହିତ ପିଙ୍କ ରଙ୍ଗର ପ୍ଲାଜୋ ପିନ୍ଧିଥିବାର ନଜର ଆସିଥିଲେ। ଦିଶାଙ୍କ ଅପ୍‌କିମଙ୍ଗ ଫିଲ୍ମ ‘ମଲଙ୍ଗ’ ରହିଛି। ଯେଉଁଥିରେ ଆଦିତ୍ୟ ରୟ କପୁର, ଅନିଲ କପୁର, କୁନାଲ ଖେମୁ ପ୍ରମୁଖ ନଜର ଆସିବେ। ଫିଲ୍ମକୁ ନିର୍ଦ୍ଦେଶନା ମୋହିତ ସୁରୀ ଦେଉଛନ୍ତି। ଯାହା ୨୦୨୦ରେ ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.