ଦିଶା ସାଲିୟାନ୍ଙ୍କ ଆତ୍ମହତ୍ୟା ପରେ ବି ତାଙ୍କ ଫୋନ୍ରୁ କରାଯାଉଥିଲା କଲ୍, ଦେଖନ୍ତୁ କଲ୍ ଡିଟେଲ୍ସ୍

ନୂଆଦିଲ୍ଲୀ : ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିୟାନ୍ଙ୍କ କଲ୍ ଡିଟେଲ୍ରୁ ମିଳିଥିବା ତଥ୍ୟ ଏବେ ସମସ୍ତଙ୍କୁ ଚକିତ କରିଛି । ଦିଶାଙ୍କ ମୃତ୍ୟୁ ପରେ ବି ତାଙ୍କ ଫୋନ୍ରୁ କଲ୍ ଲଗାତାର ହୋଇଥିବା କଲ୍ ରେକର୍ଡ କହୁଛି । ସୁଶାନ୍ତଙ୍କ ଆତ୍ମହତ୍ୟାର ଠିକ୍ ସପ୍ତାହ ପୂର୍ବରୁ ଜୁନ୍ ୮ ତାରିଖରେ ଦିଶାଙ୍କ ମୃତ୍ୟୁ ହୋଇଥିଲା । ଦିଶା ମୁମ୍ବାଇ ମାଲ୍ଦା ସ୍ଥିତ ରହୁଥିବା ଏକ ବିଲ୍ଡିଂରୁ ଡେଇଁ କରି ଆତ୍ମହତ୍ୟା କରିଥିଲେ ।
ତେବେ ଦିଶାଙ୍କ କଲ୍ ଡିଟେଲ୍ରୁ ମିଳିଥିବା ତଥ୍ୟ ଅନୁଯାୟୀ ଦିଶା ମରିବାର ୨ ଦିନ ପୂର୍ବରୁ ୬ ଜୁନ୍ରେ କେବଳ ୩ ଥର ଫୋନ୍ କରିଥିଲେ । ସେହିପରି ୭ ଜୁନ୍ ରାତି ୧୨ଟା ୦୨ ମିନିଟ୍ରେ କାହା ସହିତ ଥରେ କଥା ହୋଇଥିଲେ । ସେହିପରି ରାତି ୧୨ଟା ୫୭ରେ କାହା ସହ ୪ ମିନିଟ୍ ଧରି କଥା ହୋଇଥିବାର କଲ୍ ରେକର୍ଡ କହୁଛି ।
ଆତ୍ମହତ୍ୟା ପରେ ବି ଦିଶାଙ୍କ ଫୋନ୍ରୁ ହୋଇଛି କଲ୍
୭ ଜୁନ୍ରେ ଦିଶା ୩୬ ଥର ଫୋନ୍ କରିଥିଲେ । ଯେଉଁଥିରେ ନିଜର ବନ୍ଧୁ ଏକତାଙ୍କୁ ରାତି ୧୨ଟା ୧୦ ମିନିଟ୍ରେ ଥରେ ଫୋନ୍ କରିଥିଲେ । ଏକତାଙ୍କ ଫୋନ୍ରୁ ରାତି ୧୨ଟା ୦୪ ମିନିଟ୍ରେ ଥରେ ଫୋନ୍ ଆସିଥିଲା । ଏହା ପରଠୁ ଲଗାତାର ହ୍ଵାଟ୍ସ୍ଆପ୍ କଲ୍ ହୋଇଥିଲା । ତେବେ ଦିଶାଙ୍କ ମୃତ୍ୟୁ ପରେ ବି ତାଙ୍କ ଫୋନ୍ରୁ କଲ୍ ଲଗାତାର ହୋଇଥିବା କଲ୍ ରେକର୍ଡ କହୁଛି ।
ଦିଶାଙ୍କ ଆତ୍ମହତ୍ୟାର କିଛି କ୍ଷଣ ମଧ୍ୟରେ ପୋଲିସ୍ ସେଠାରେ ପହଞ୍ଚି ଦିଶାଙ୍କ ମୃତ ଶରୀର ଜବତ କରିଥିଲେ ବି ଦିଶାଙ୍କ ଫୋନ୍ କ’ଣ ପାଇଁ ଜବତ କରିନଥିଲା । ଏହାକୁ ନେଇ ଦିଶାଙ୍କ ମୃତ୍ୟୁ ବହୁ ପ୍ରଶ୍ନ ସୃଷ୍ଟି କରିଛି ।