ପାଣି ପିଇବାକୁ ମାଗି ବାରଣ୍ଡାରେ ନବଜାତ ଶିଶୁ ପୁତ୍ରକୁ ଛାଡି ଚାଲିଗଲେ ମହିଳା, ଚାଇଲ୍ଡ ଲାଇନ କଲା ଉଦ୍ଧାର

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ଆର,ଉଦୟଗିରି ଥାନା ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର ପ୍ରିୟତମ ଭୁୟାଁ ନାମକ ଜଣେ ଯୁବତୀଙ୍କ ବାରଣ୍ଡାରୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଶୁକ୍ରବାର ଅପରାହ୍ନରେ ଜଣେ ମହିଳା କୁଶପଲ୍ଲୀ ସ୍ଥିତ ପ୍ରିୟତମଙ୍କ ଘରକୁ ଯାଇ ପିଇବାକୁ ପାଣି ମାଗିଥିଲେ । ବାରଣ୍ଡାରେ ଥିବା ପ୍ରିୟତମ ପାଣି ଆଣିବା ପାଇଁ ଘର ଭିତରକୁ ଯାଇଥିଲେ । ପାଣି ନେଇ ଫେରିବା ବେଳକୁ ଘର ବାହାରେ କେହି ନଥିଲେ । କିନ୍ତୁ, ବାରଣ୍ଡାରେ ଏକ ଶିଶୁ ପୁତ୍ର ପଡିଥିବାର ଦେଖିବାକୁ ପାଇଥିଲେ । ତେବେ, ଘରେ ପୁରୁଷ ଲୋକ କେହି ନଥିବାରୁ ଏବଂ ସଂଧ୍ୟା ହୋଇଯାଇଥିବାରୁ ଉକ୍ତ ଯୁବତୀ ଜଣକ ଶନିବାର ଦିନ ଚାଇଲ୍ଡଲାଇନକୁ ଖବର ଦେଇଥିଲେ ।

ଖବର ପାଇ ଚାଇଲ୍ଡଲାଇନର ଏକ ଦୁଇ ଜଣିଆ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ଦେଖିବା ପରେ ଆର.ଉଦୟଗିରି ପୋଲିସକୁ ଖବର ଦେଇଥିଲେ । ପୋଲିସ ସହାୟତାରେ ଶିଶୁଟିକୁ ଉଦ୍ଧାର କରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଅମାନୁଷିକ ଭାବେ ଜନ୍ମଦାତ୍ରୀ ମାଆ କିଭଳି ଭାବରେ ଛୁଆ ଟିକୁ ଜଣକ ବାରଣ୍ଡାରେ ଛାଡି ଚାଲିଗଲା ତାକୁ ନେଇ ଉଠୁଛି ପ୍ରଶ୍ନ ।ଶିଶୁର ଶରୀରରେ କୌଣଷି ପ୍ରକାର ଆଘାତ ଲାଗିନଥିବା ବେଳେ ଶିଶୁଟି ସଂପୂର୍ଣ୍ଣ ଭାବେ ସୁସ୍ଥ ଥିବା ଜଣାପଡିଛି ।

ଅନ୍ୟ ପକ୍ଷରେ ଶିଶୁଟି କୌଣସି ହସ୍ପିଟାଲରେ ହିଁ ପ୍ରସବ କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ଏତେ ସବୁ ସଚେତନ ସ୍ବତ୍ତେ ଜୀବିତ ଅବସ୍ଥାରେ ଥିବା ଶିଶୁ ପୁତ୍ର ଟିକୁ କିଏ ଏବଂ କାହିଁକି ଏଭଳି ଛାଡି ଦେଇ ଚାଲିଯାଇଛି ତାକୁ ନେଇ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.