ମୁମ୍ବାଇ ରାସ୍ତାରେ କରୋନା ପ୍ରଭାବ ଦେଖି ବିବାଦୀୟ ଟୁଇଟ କଲେ ଟିଭି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ, ସୋସିଆଲ ମିଡିଆରେ ଝଡ଼

କରୋନା ଯୋଗୁ ଏବେ ମୁମ୍ବାଇର ମଲ, ସ୍କୁଲ, ଥିଏଟର ସବୁ ବନ୍ଦ ହୋଇଯାଇଛି, ଯେଉଁ କାରଣରୁ ରାସ୍ତାରେ ଟ୍ରାଫିକ ଜାମ ବି ନାହିଁ। ଶୁନଶାନ ରାସ୍ତାକୁ ଦେଖି ଟିଭି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଏକ ଟୁଇଟ କରିଥିଲେ, ଯେଉଁଥିରେ ସେ ମେଟ୍ରୋ ରେଳର କାମ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ବୋଲି କହିଥିଲେ।

କିନ୍ତୁ ଦିବ୍ୟାଙ୍କାଙ୍କ ଏହି ଟୁଇଟ ତାଙ୍କୁ ଭାରି ପଡିଯାଇଛି, ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆ ୟୁଜରଙ୍କୁ କ୍ଷମା ମାଗିବାକୁ ପଡିଛି। ପରେ ସେ ଟୁଇଟକୁ ଡିଲେଟ କରିଦେଇଥିଲେ। ମୁମ୍ବାଇ ରାସ୍ତାରେ ଯାଉଥିବା ବେଳର ଏକ ଭିଡିଓ ମଧ୍ୟ ସେ ପୋଷ୍ଟ କରିଥିଲେ। ତେବେ ଦିବ୍ୟାଙ୍କା ପୋଷ୍ଟ ଡିଲେଟ କରିବା ପୂର୍ବରୁ ଏହା ଭାଇରଲ ହୋଇଯାଇଥିଲା।

You might also like