ଜାଣନ୍ତୁ କିପରି ଅନ୍ତରୀକ୍ଷରେ ପହଞ୍ଚିଲା କରୋନା, ୧୭ ହଜାର କର୍ମଚାରୀଙ୍କୁ ଛୁଟି ଦେଲା ନାସା

ଓ୍ଵାଶିଂଟନ୍‌ : କେବଳ ପୃଥିବୀରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିନାହିଁ ଏହା ଏବେ ଯାଇ ପହଞ୍ଚିଲାଣି ଅନ୍ତରୀକ୍ଷରେ । ଅନ୍ତରୀକ୍ଷ ଅଭିଯାନରେ ଥିବା କର୍ମଚାରୀ ଭୟରେ କାମ ଛାଡ଼ିଲେଣି ।

ହଁ ଆଜ୍ଞା ଆମେ କହୁଛୁ ଅନ୍ତରୀକ୍ଷ ମାନେ ‘ନାସା’(ନେସ୍‌ନାଲ୍‌ ଏରୋନଟିକ୍ସ ଆଣ୍ଡ ସ୍ପେସ୍‌ ଏଡ୍‌ମିନ୍‌ଷ୍ଟ୍ରେସନ) କଥା । ଆମେରିକାର ସ୍ପେସ୍‌ ଏଜେନ୍ସି ତା’ର ୧୭ ହଜାର କର୍ମଚାରୀଙ୍କୁ ଛୁଟିରେ ଘରକୁ ପଠାଇ ଦେଇଛନ୍ତି ।

nasa=3

କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା ନାସା କର୍ମଚାରୀଙ୍କୁ ଘରେ ବସି କାମ କରିବାକୁ ଅନୁମତି ଦିଆଯାଇଛି ବୋଲି ନାସା ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି ।

କିଛି କର୍ମଚାରୀଙ୍କୁ କରୋନା ଆକ୍ରାନ୍ତ ହେବା ଜଣାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ନାସା ପକ୍ଷରୁ କୁହାଯାଇଛି । କରୋନା କାରଣରୁ ଆମେରିକା ଏବେ ଚିନ୍ତାଜନକ ସ୍ଥିତିରେ ରହିଛି । ସେଠାରେ ୧୦୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୩୨୯ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.