ଆର୍ଥିକ ଅଭାବ ଯୋଗୁଁ ଦେହ ବେପାର କାମ କରୁଥିଲେ ଏହି ଜଣାଶୁଣା ଅଭିନେତ୍ରୀ, ନିଜେ କଲେ ଖୁଲାସା

ବଲିଉଡ ବାହାରୁ ଦେଖିବାକୁ ବେଶ ଚକଚକ୍। କିନ୍ତୁ ବାହାରୁ ଉଜ୍ଜ୍ୱଳ ଦେଖାଯାଉଥିବା ଏହି ଇଣ୍ଡଷ୍ଟ୍ରୀ ଭିତରେ ଲୁଚି ରହିଛି ଅନେକ ବାସ୍ତବତା । ଫିଲ୍ମ ଦୁନିଆରେ ଏପରି ଅନେକ ହୃଦୟ ବିଦାରକ କାହାଣୀ ଅଛି, ଯାହା ଶୁଣିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏପରି ଅନେକ ନାମ ଅଛି, ଯେଉଁମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କେବଳ ଏତିକି ନୁହେଁ, ଏପରି କିଛି ଷ୍ଟାର ଅଛନ୍ତି ଯେଉଁମାନେ ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ସେମାନଙ୍କୁ ଭୁଲ ପଦକ୍ଷେପ ମଧ୍ୟ ନେଉଛନ୍ତି।

୨୦୦୨ ମସିହାର ଫିଲ୍ମ “ମକଡି ସେ ବତୋର’ ରେ ଶିଶୁ କଳାକାର ଭାବରେ ଅଭିନୟ ଜଗତରେ ପାଦ ଦେଇଥିବା ଅଭିନେତ୍ରୀ ଶ୍ୱେତା ବସୁ ପ୍ରସାଦ ତାଙ୍କ ପ୍ରଥମ ଚଳଚ୍ଚିତ୍ରରୁ ଅନେକ ଖ୍ୟାତି ଅର୍ଜନ କରିଥିଲେ । ଏହା ପରେ ସେ ବଙ୍ଗାଳୀ, ତେଲୁଗୁ, ତାମିଲ ସିନେମାରେ ମଧ୍ୟ କାମ କରିଥିଲେ। ଏହା ସହିତ ଶ୍ୱେତା ଟିଭି ଦୁନିଆରେ ମଧ୍ୟ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ । କିନ୍ତୁ କିଛି ସମୟ ପରେ ଶ୍ୱେତାଙ୍କ ଜୀବନ ଖରାପ ସମୟ ଆଡକୁ ଗତି କଲା ଏବଂ ତାଙ୍କୁ ଆର୍ଥିକ ଅଭାବର ସାମ୍ନା କରିବାକୁ ପଡିଥିଲା ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦେହ ବେପାରରେ ଏହି ଅଭିନେତ୍ରୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ଏହାର କାରଣ ହେଉଛି ତାଙ୍କ ନିକଟକୁ ଆସୁଥିବା ସମସ୍ତ ଟଙ୍କା ବନ୍ଦ ହୋଇଯାଇଥିଲା । ଯାହାଦ୍ୱରା ତାଙ୍କ ଆର୍ଥିକ ସଙ୍କଟ ଅତ୍ୟନ୍ତ ଖରାପ ପର୍ଯ୍ୟାୟ ଦେଇ ଗତି କରିଥିଲା ବୋଲି ଶ୍ୱେତା କହିଛନ୍ତି। ଆଜି କିନ୍ତୁ ଶ୍ୱେତା ନିଜର ଅତୀତକୁ ଭୁଲି ଆଗକୁ ପାଦ ବଢାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.