Below header

ଏହି ବିଶେଷ କାରଣ ଯୋଗୁଁ ନିଜ ଦୀର୍ଘ ୧୭ ବର୍ଷର ଅଭ୍ୟାସ ଛାଡିଲେ ଟିଭି କ୍ୱିନ ଏକତା କପୁର, ଜାଣନ୍ତୁ କାହିଁକି

ଟିଭି କ୍ୱିନ ଭାବେ ଜଣା ଏକତା କପୁର ନିଜ ସିରିଏଲ ବ୍ୟତୀତ ନିଜ ମୁଦିକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି । କେତେକ ଲୋକଙ୍କ ଧାରଣା ଯେ, ଏହି ମୁଦି ହିଁ ଆଜି ଏକତାଙ୍କୁ ଧନ ଦୌଲତର ଅଧିକାରିଣୀ କରିପାରିଛି । କିନ୍ତୁ ଦୀର୍ଘ ୧୭ ବର୍ଷର ବ୍ୟବଧାନ ପରେ ଏକତା ନିଜର ଏହି ପ୍ରିୟ ମୁଦି ଗୁଡିକୁ କାଢି ଦେଇଛନ୍ତି । ଏହି ଖବର ଏକତାଙ୍କ ଦ୍ୱାରା ଜାରି ହୋଇଥିବା ଭିଡିଓରୁ ହିଁ ଜଣାଯାଇଛି । ଏକତା ଇନ୍ଷ୍ଟଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ।

 

View this post on Instagram

 

Meanwhile in other news! Thanos has left d building !!! He destroyed d world enough ! Just kidding !!! #goinghandsfree #onehandatatime

A post shared by Erk❤️rek (@ektarkapoor) on

 

କିଛି ସେକେଣ୍ଡର ଏହି ଭିଡିଓରେ ଏକତା ନିଜ ହାତ ଦେଖେଇଥିବା ବେଳେ ସେ ହାତରେ କୌଣସିଟି ବି ମୁଦି ପିନ୍ଧି ନଥିବା ନଜର ଆସିଛି । ଏକତାଙ୍କ ମୁଦି ଗୁଡିକୁ ନଦେଖି ସାଧାରଣ ଜନତାଙ୍କ ବ୍ୟତୀତ ସେଲିବ୍ରିଟି ମାନେ ବି ଏକ ପ୍ରକାର ଚକିତ ହୋଇଯାଇଥିବା ବେଳେ ଏହାର ପଛର କାରଣ ପଚାରୁଛନ୍ତି । ଟିଭି ସେଲିବ୍ରିଟି ହୀନା ଖାନଙ୍କ ପ୍ରଶ୍ନର ଉତ୍ତରରେ ଏକତା କହିଛନ୍ତି କି ବାରମ୍ବାର ସାବୁନ ଓ ସାନିଟାଇଜର ବ୍ୟବହାର ଫଳରେ ମୋ ହାତରେ ଆଲର୍ଜି ହୋଇଯାଇଛି ।

ekta kapoor

ତେଣୁ ମୁଁ କିଛି ଦିନ ପାଇଁ ଏଗୁଡ଼ିକୁ କାଢି ଦେଇଛି ଢ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସେ ପିନ୍ଧିବା ଆରମ୍ଭ କରିଦେବେ ବୋଲି ଏକତା କହିଛନ୍ତି । ଆଉ ଜଣେ ସେଲିବ୍ରିଟିଙ୍କ ପ୍ରଶ୍ନର ଉତ୍ତରରେ ଏକତା କହିଛନ୍ତିକି, ସେ ୨୦୦୩ ମସିହାରୁ ହିଁ ଏହି ପରି ମୁଦି ଗୁଡିକ ପିନ୍ଧି ଆସୁଛନ୍ତି । କହିରଖିବା ଉଚିତ ହେବକି, କିଛି ଦିନ ତଳେ ଏକତା ନିଜ ଏହି ମୁଦିକୁ କାରଣରୁ ହିଁ ଟ୍ରଲ ହେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.