Below header

କରୋନା ଯୋଗୁ ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳିଲେ ଏହି ଯୁବକ, ହେୟାରଡ୍ରାୟରରେ ଲିଭାଇଲେ ମହମବତୀ

କରୋନା ମହାମାରୀକୁ ନଜରରେ ରଖି ଏବେ ଲୋକେ ବିବାହ, ଜନ୍ମଦିନ ଆଦିକୁ ନିଆରା ଢଙ୍ଗରେ ପାଳୁଥିବା ନଜର ଆସୁଛନ୍ତି। ଏହି ଭିଡ଼ିଓଗୁଡିକ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଏବେ ଟିକ ଟକରେ ଏକ ବାର୍ଥ ଡେ ସେଲିବ୍ରେସନର ଭିଡ଼ିଓ ପୂରା ଛାଇଯାଇଛି, ଯାହାକୁ ଦେଖିଲେ ଆପଣ ବି ହସି ହସି ଗଡିଯିବେ।

ଭିଡିଓରେ ଦେଖିବାକୁ ମିଳୁଛି କି, ଯୁବକ ଜଣକ କେକ ସାମ୍ନାରେ ମାସ୍କ ପିନ୍ଧି ବସିଛନ୍ତି। ମହମବତୀକୁ ଫୁଙ୍କିବା ବଦଳରେ ସେ ହେୟାରଡ୍ରାୟର ଦ୍ୱାରା ମହମବତୀକୁ ଲିଭାଉଛନ୍ତି। ସାମ୍ନାରେ କେତେକ ଲାପଟପ ରଖାଯାଇଛି, ଯେଉଁଥିରେ ତାଙ୍କ ସାଙ୍ଗମାନେ ଭିଡ଼ିଓ କଲରେ ନଜର ଆସୁଛନ୍ତି। ସେମାନେ ୟାଙ୍କ ପାଇଁ ବାର୍ଥ ଡେ ଗୀତ ଗାଉଛନ୍ତି।

ଏହି ଭିଡ଼ିଓକୁ 5 ଏପ୍ରିଲରେ ଟୁଇଟରରେ ସେୟାର କରାଯାଇଥିଲା। ଏହାକୁ ଏ ପର୍ଯ୍ୟନ୍ତ 4.8 ମିଲିୟନ ଲୋକ ଦେଖିସାରିଲେଣି। ଏହାସହିତ 2 ଲକ୍ଷରୁ ଅଧିକ ଲାଇକ ଏବଂ 78 ହଜାର ଥର ରିଟୁଇଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.