ଲକଡାଉନ ସମୟରେ ଏହି ସଂଗ ବଢ଼ାଉଛି ଅଶାର କିରଣ, ଅନେକ ବଲିଉଡ କଳାକାର ମଧ୍ୟ କଲେ ସମର୍ଥନ ଦେଖନ୍ତୁ

ବଲିଉଡ କଳାକାର କାରୋନା ସଂକ୍ରମଣ ପାଇଁ ସମସ୍ୟାରେ ଥିବା ଲୋକଙ୍କୁ ହୃଦୟ ଖୋଲି ସାହାଯ୍ୟ କରୁଛନ୍ତି। ସେହିପରି ନିଜ ନିଜର ଭିଡ଼ିଓ ଜରିଆରେଦେଶବାସୀଙ୍କୁ ମୋଟିଭେଟ ମଧ୍ୟ କରୁଛନ୍ତି। ବିଭିନ୍ନ ଭିଡ଼ିଓ ଜରିଆରେ ସେମାନେ ଆପଣ ଏକା ନୁହନ୍ତି ଆମେ ସମସ୍ତେ ମିସିକି କାରୋନା ବିପକ୍ଷରେ ଲଢେଇ କରିବାକୁ ମଧ୍ୟ କହୁଛନ୍ତି। ତେବେ ଏହି ସବୁ ମଧ୍ୟରେ କେପ ଅଫ ଗୁଡ଼ ଫିଲ୍ମସ ଏବଂ ଜେ ଜଷ୍ଟ ମ୍ୟୁଜିକ ସହିତ ମିଶି ବିଶାଳ ମିଶ୍ର ଏକ ମୋଟିଭେସନାଲ ସଙ୍ଗ ପ୍ରସ୍ତୁତ କରିଛନ୍ତି। ଏହି ସଂଗର ଟାଇଟଲ ରହିଛି ‘ମୁସକୁରାୟେଗା ଇଣ୍ଡିଆ’। ଏଥିରେ ବଲିଉଡର ଅନେକ କଳାକାରଙ୍କୁ ଦେଖିବାକୁ ମିଳୁଛି। ସବୁଠାରୁ ଖାସ କଥା ହେଉଛି ଏହି ଭିଡ଼ିଓକୁ ସେଲିବ୍ରିଟିମାନେ ନିଜ ଘରେ ରହି ସୁଟ କରିଛନ୍ତି।


ଏହି ଭିଡ଼ିଓରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିବାକୁ ମିଳୁଛି। ଏହା ସହିତ ଏହି ଭିଡ଼ିଓରେ ଅକ୍ଷୟ କୁମାର, ଜ୍ୟାକି ଭଗନାନି, କାର୍ତ୍ତିକ ଅର୍ଯ୍ୟନ, ଟାଇଗର ସ୍ରଫ, ଆୟୁସମାନ ଖୁରାନା, କ୍ରିତ୍ତି ସନନ, ଭୂମି ପେଡେନକର, ଅନନ୍ୟା ପାଣ୍ଡେ, ରକୁଳ ପ୍ରୀତ, ଆରଜେ ମଲିସକା, ରାଜକୁମାର ରାଓ, ଭିକି କୌଶଲ, କିଆରା ଆଡ଼ଭାନୀ, ତାପସି ପନୁ, ସିଦ୍ଧାର୍ଥ ମଲହୋତ୍ରା ଏବଂ ଶିଖର ଧବନ ନଜର ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.