ବିଧାୟକଙ୍କ ହାତପାଣ୍ଠି ୨ ବର୍ଷ ପାଇଁ ବନ୍ଦ କରନ୍ତୁ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ରାଜ୍ୟ ସରକାରଙ୍କୁ ଦେଲେ ପ୍ରସ୍ତାବ

କେନ୍ୟୁଜ(ବ୍ୟୁରୋ): ବିଧାୟକଙ୍କ ହାତପାଣ୍ଠି ବନ୍ଦ ଲାଗି ପ୍ରସ୍ତାବ। ରାଜ୍ୟର ସବୁ ବିଧାୟକଙ୍କର ବିଧାୟକ ହାତ ପାଣ୍ଠି ୨ ବର୍ଷ ପାଇଁ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ। ଏଥିସହିତ ସବୁ ବିଧାୟକ ଓ ମନ୍ତ୍ରୀ ମାନଙ୍କର ଦରମା ଏକ ବର୍ଷ ପାଇଁ ୩୦ ପ୍ରତିଶତ କମ୍ କରିବା ପାଇଁ ଇଚ୍ଛା ବ୍ୟକ୍ତ କରିବା ସହ ରାଜ୍ୟ ସରକାର ଏହାକୁ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାର ମନ୍ତ୍ରୀ ସାଂସଦମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ବ୍ୟବସ୍ଥା ଲାଗୁ କରିଛନ୍ତି ଓଡ଼ିଶାରେ ମଧ୍ୟ ଅନୁରୂପ ଭାବେ ଏହା ତୁରନ୍ତ ଲାଗୁ କରାଯାଉ । ଫଳରେ ଏକ ବିଶେଷ ପାଣ୍ଠି ଗଠନ କରି କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବାକୁ ସହାୟକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.