ଲକ୍ ଡାଉନରେ ଘରେ ପାହାଡ଼ ବନାଇ ଚଢିବା ଅଭ୍ୟାସ କରୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

କରୋନା ଭାଇରସ୍ କାରଣରୁ ସାରା ବିଶ୍ୱ ଏବେ ସଙ୍କଟରେ । ଅଧିକାଂଶ ଦେଶ ଲକ୍ ଡାଉନ୍ ହୋଇ ରହିଥିବା ବେଳେ ବସ୍, ଟ୍ରେନ୍ ସିନେମା ସବୁକିଛି ଠପ୍ । ଲୋକମାନେ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି କିନ୍ତୁ କିଛି ଲୋକ ଏହି କ୍ଷଣକୁ ମଜାଦାର ବନାଉଛନ୍ତି । ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ଯ ହୋଇଯିବେ ।

video courtesy “Philipp Klein”

ଫିଲିପ୍ କ୍ଲେନ୍ ନାମକ ଜଣେ ବ୍ୟକ୍ତି ଏହି ଭିଡ଼ିଓକୁ ୟୁଟ୍ୟୁବରେ ସେୟାର କରିଛନ୍ତି । ତେବେ ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ଘରେ ହିଁ ପାହାଡ଼ ଚଢିବାର ଲାଭ ଉଠାଉଛନ୍ତି । ନିଜର ଲିଭିଂ ରୁମର ଛାତରେ କ୍ୟାମେରା ଲଗାଇ ସେ ଏହି ଭିଡ଼ିଓକୁ ସୁଟ କରିଛନ୍ତି । ଫିଲିପ୍ ଏହି ଭିଡ଼ିଓକୁ ସ୍ଲୋ ମୋସନରେ ଶୁଟ୍ କରିଛନ୍ତି । ସେ କହିଛନ୍ତି ଯେ ଏହି ଭିଡ଼ିଓକୁ ବନାଇବା ପାଇଁ ତାଙ୍କୁ ନିଜ ଘରୁ ସମସ୍ତ ଜିନିଷ ହଟାଇବାକୁ ପଡିଥିଲା । ତେବେ ଏହାକୁ ଶୁଟିଂ କରିବା ପାଇଁ ତାଙ୍କୁ ଗୋଟିଏ ଦିନ ସମୟ ଲାଗିଥିଲା । ଫିଲିପ୍ ଏହି ଭିଡିଓ ଜରିଆରେ ଲୋକମାନଙ୍କୁ ଘରେ ରହିବା ପାଇଁ ନିବେଦନ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.